Odia News Portal

ବିସ୍ଫୋରକ ଲୁଟ୍ ଘଟଣାର ଖୋଲିବ ଗୁମର

ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖାଦାନରୁ ବିସ୍ଫୋରକ ଲୁଟ୍ ଘଟଣା। ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗୁରୁବାର ରିମାଣ୍ଡରେ ଆଣିଛି ରଘୁନାଥପାଲି ପୁଲିସ। କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ମାତ୍ର ୨ ଦିନ ରିମାଣ୍ଡ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ରଘୁନାଥପାଲି ଥାନାରେ ଶ୍ରବଣଙ୍କୁ ପଚରାଉଚରା କରୁଛି ପୁଲିସ । 

ମଙ୍ଗଳବାର ଅର୍ଥାତ ୩ ତାରିଖରେ ରଘୁନାଥପାଲି ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ସେମାନଙ୍କ  ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଗୋଦାମ ମାଲିକଙ୍କୁ ଏକ ସପ୍ତାହ ଲାଗି ରିମାଣ୍ଡରେ ଆଣିବା ଲାଗି କୋର୍ଟରେ ପୁଲିସ୍‌ ଆବେଦନ କରିଥିଲେ। କୋର୍ଟ ଶ୍ରବଣଙ୍କୁ ୨ ଦିନିଆ ରିମାଣ୍ଡ ନେବାକୁ ଅନୁମିତି ପ୍ରଦାନ କରିଛନ୍ତି । ଏବେ ଶ୍ରବଣଙ୍କୁ ରିମାଣ୍ଡରେ ଆଣି ପୁଲିସ ପଚରାପଚରା କରୁଛି । ସେହିପରି ଶ୍ରବଣଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।