Odia News Portal

ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ଏଥର ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର: ମୋଦି

 ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମରୁ ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ଭାରତରେ ୨ଟି ଯଜ୍ଞ ହେବା ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଗୋଟିଏ ଯଜ୍ଞ ଓଡ଼ିଶାର ମଜବୁତ୍ ସରକାର ପାଇଁ ଓ ଅନ୍ୟ ଯଜ୍ଞ ଓଡ଼ିଶାରେ ବିଜେପି ସରକାର ପାଇଁ ବୋଲି କହିଛନ୍ତି ।

ଆୟୁଷ୍ମାନ ଯୋଜନା ଏକ ସଫଳ ଯୋଜନା । ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେଉଛି କେନ୍ଦ୍ର । ବିଜେପି ଯାହା କହିଥାଏ ତାହା କରିଥାଏ । ୫ ବର୍ଷରେ ଓଡ଼ିଶାକୁ ଦେଶର ନଂ ୧ରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି । ଓଡ଼ିଶାର ବିକାଶ ନିଶ୍ଚିତ ହେବ । ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବ । ଓଡ଼ିଶାର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ । ଓଡ଼ିଶାକୁ ମାଗଣା ଚାଉଳ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି ।

ଓଡ଼ିଶାର ବିକାଶ ପାଇଁ ମୋଦିଙ୍କ ଗ୍ୟାରେଣ୍ଟି । ଓଡ଼ିଶାରେ ଭରପୁର ଖଣିଜ ସମ୍ପଦ ରହିଛି । ମତ୍ସଜୀବୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ କରାଯାଇଛି । ସାଗରମାଲା ଯୋଜନା ଅନ୍ତର୍ଗତ ଲୋକଙ୍କୁ ସୁବିଧା ଦିଆଯାଉଛି । ଗଞ୍ଜାମ ଜିଲ୍ଲାକୁ ଆକର୍ଷଣ ଟୁରିଜିମ୍ ସ୍ପଟ୍ରେ ପରିଣତ କରିବାକୁ ପ୍ରତିଶ୍ରୁତି । ଯୁବକଯୁବତୀଙ୍କୁ ରୋଜଗାର ଦେବାକୁ ନିଜ ଅଭିଭାଷଣରେ କହିଛନ୍ତି । ବିଜେପିର ଲକ୍ଷ୍ୟ ବିକଶିତ ଓଡ଼ିଶା ବିକଶିତ ଭାରତର ସଂକଳ୍ପ । ଆସିକାରୁ ଅନିତା ଶୁଭଦର୍ଶିନୀ ଓ ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୋଟ୍ ଦେଇ ଜିତାଇବାକୁ ଅନୁରୋଧ କରିଛନ୍ତି ମୋଦି । ଓଡ଼ିଶାବାସୀଙ୍କ ଆଶିର୍ବାଦ ନେବା ପାଇଁ ଓଡ଼ିଶା ଆସିଛନ୍ତି ବୋଲି କହିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଆମେ ପ୍ରତିଶ୍ରୁତି ପୂରଣ କରିବୁ ବୋଲି କହିଛନ୍ତି ।