Odia News Portal

ବ୍ରାହ୍ମଣୀ ନଦୀର ବନ୍ୟାରେ ବେହାଲ ରାଜନଗର ଅଂଚଳର ୫ ପଂଚାୟତ

ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ କେନ୍ଦ୍ରାପଡ଼ା ରାଜନଗର ଅଂଚଳର ୫ଟି ପଂଚାୟତ ଜଳମଗ୍ନ  ।  ପ୍ରାୟ ୩୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି  । ରାତି ହେଲେ କୁମ୍ଭୀର ଭୟ ଯୋଗୁଁ ଲୋକେ ଠେଙ୍ଗା ବାଡ଼ି ଧରି ଗାଁର ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି  ।  ୪ ଦିନ ହେଲା ଏହି ଗାଁର ଲୋକେ ଜଳବନ୍ଦୀ ହୋଇ ରହିଥିବାବେଳେ ପ୍ରଶାସନ ସେମାନଙ୍କ ପାଖରେ ପହଂଚି ପାରିନାହିଁ   ।  ଦେଶୀ ଡ଼ଙ୍ଗାରେ ଲୋକେମାନେ ଯାତାୟତ କରୁଛନ୍ତି ।