ସୌମ୍ୟ ପଟ୍ଟନାୟକଙ୍କୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଟାର୍ଗେଟ । ଅରୁନ ସାହୁଙ୍କ ପରେ ଟାର୍ଗେଟ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ । ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି କହିଲେ ଅତନୁ । ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ କରି ବାରମ୍ବାର ଲେଖୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଲେ ଅତନୁ ସବ୍ୟସାଚୀ । ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି ସୌମ୍ୟ । ବ୍ଲାକମେଲିଂକୁ ଆୟୁଧ କରି ଲକ୍ଷ ରେ ପହଞ୍ଚିପାରିବେନି ସୌମ୍ୟ । ସୌମ୍ୟ କଣ ଓ କେତେ ଥର ଦଳ ବଦଳାଇଛନ୍ତି ସମସ୍ତେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା । ଲୋକଙ୍କ ଅଭିଯୋଗର ସମାଧାନ ହେଲା , ଏଥିରେ ଅସୁବିଧା କଣ ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ।