Odia News Portal

ଭତ୍ତା ପାଇଁ ରାସ୍ତାରେ ଘୁଷୁରିଲେ ବୃଦ୍ଧ

ବୃଦ୍ଧ ଆକ୍ରମଣ୍ୟ ଓ ଅସହାୟ ମାନଙ୍କୁ ବାର୍ଦ୍ଧ୍ୟକ ଭତ୍ତା ସେମାନଙ୍କ ଘରେ କିମ୍ବା ବ୍ୟାଙ୍କ ମାଧ୍ୟମ ରେ ପହଂଚାଇବା ପାଇଁ ସରକାର ଙ୍କର କଡା ନୀତି ନିୟମ ରହିଛି ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରେ ଏ ନୀତି ର କହିଲା ଉଲଂଘନ ଓ ହୃଦୟ ବିଦାରକ ଦୃଶ୍ୟ ଆଜି ସମାଜ ରେ ପ୍ରତେକ ନାଗରିକ ର ହୃଦୟ କୁ ଦୋହଲାଇ ଦେଇଛି l

ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୋର ପଂଚାୟତ ରେ ଘଟିଛି l

କୋରା ର ଶ୍ରୀଧର ସାହୁ ନାମକ ଜଣେ 80 ବର୍ଷ ର ବୃଦ୍ଧ ପ୍ରଚଣ୍ଡ ଖରା ଓ ଗୁଳି ଗୁଳି ରେ ରାସ୍ତାରେ ଘୁଷୁରୀ ଘୁଷୁରି ପଂଚାୟତ ଅଫିସ କୁ ଭତ୍ତା ପାଇଁ ଯାଉଥିବା ଦୃଶ୍ୟ ସମସ୍ତଙ୍କ ମନ ଓ ହୃଦୟ କୁ ଦୋହଲାଇ ଦେଇଛି l ଏ କ୍ଷେତ୍ରରେ ସରକାର ଙ୍କ ତରଫରୁ ଦାୟିତ୍ୱ ରେ ଥିବା ପଂଚାୟତ ଅଧିକାରୀଙ୍କର ଅମାନବିକତା ଓ ଅବହେଳା ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି l ଶ୍ରୀଧର ଙ୍କର ବୟାସଧିକ ଓ ରୋଗ ଜର୍ଜରିତ ଅସମର୍ଥ ଯୋଗୁ ନିଜେ ଯାଇ ପଂଚାୟତ ଅଫିସ ରୁ ବାର୍ଦ୍ଧକ୍ୟ ଭତ୍ତା ଆଣିବା ସମ୍ଭବ ହୋଇ ନଥିବାରୁ ତାଙ୍କ ତରଫରୁ ତାଙ୍କ ଝିଅ ପୂର୍ବରୁ ଏହି ଭତ୍ତା ଆଣୁଥିଲେ କିନ୍ତୁ ପଂଚାୟତ ଅଧିକାରୀ ଭେରୀଫିକେସନ ନାମରେ ଆଉ ତାଙ୍କ ଝିଅ କୁ ଭତ୍ତା ନଦେବାରୁ ବିଚରା ଶ୍ରୀଧର 80 ବର୍ଷ ବୟସରେ ରାସ୍ତାରେ ଘୁଷୁରି ଘୁଷୁରି ପଂଚାୟତ ଅଫିସ ଯାଉଥିବା ବେଳେ ଗଣମାଧ୍ୟମ ର ନଜର ରେ ପଡ଼ିଥିଲେ l ଏହି ଘଟଣା ଜଣାପଡିବା ପରେ ଏବଂ ଏହା ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ତରବରିଆ ଭାବରେ ବିଭାଗୀୟ ଅଧିକାରୀ ଅଧା ବାଟ ଯାଏ ତାଙ୍କ ପାଖକୁ ଯାଇ ତାଙ୍କ ଭତ୍ତା ଦେଇଥିବା ଜଣାପଡିଛି l

ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ଓ ପଂଚାୟତ କର୍ତ୍ତୃ ପକ୍ଷ ଙ୍କର ଏଭଳି ଦାୟିତ୍ୱ ହୀନତା ପାଇଁ ଯଦି 80 ବର୍ଷ ର ବୃଦ୍ଧ ଶ୍ରୀଧର ଙ୍କ ର ରାସ୍ତା ରେ କିଛି ଅଘଟଣ ଘଟିଥାନ୍ତା ତେବେ ଏଥିପାଇଁ ସରକାର ନିନ୍ଦା ଓ ଅପବାଦ ମୁଣ୍ଡାଇଥାନ୍ତେ l ଏଭଳି କ୍ଷେତ୍ରରେ ବୃଦ୍ଧ ଓ ଆକର୍ମଣ୍ୟ ଲୋକଙ୍କ ପାଖକୁ ଯାଇ ଭେରୀଫିକେସନ କରିବା ଓ ଉପଭକ୍ତ ଙ୍କୁ ଭତ୍ତା ଟଙ୍କା ତାଙ୍କ ଘରେ ହାତ ହାତୀ ଦେବାର ବିଯେବାସ୍ତ ଥିଲେ ମଧ୍ୟ ପ୍ରଶାସନ ର ଏଭଳି ଖମାଖିଆଲ ମନବୃତି ର ତଦନ୍ତ ହେବା ଆବଶ୍ୟକ l