Odia News Portal

ଭିଜିଲାନ୍ସ ଜାଲରେ IAS ଅଧିକାରୀ

ଭିଜିଲାନ୍ସ ଜାଲରେ IAS ଅଧିକାରୀ । ଲାଞ୍ଚ ନେବା ବେଳେ ଧର୍ମଗଡ଼ ଉପ ଜିଲ୍ଲାପାଳ ଧିମାନ ଚକମାଙ୍କୁ ଧରିଛି ଭିଜିଲାନ୍ସ । ଜୟପାଟଣାର ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଉପ ଜିଲ୍ଲାପାଳ । ଏହା ପରେ ଭିଜିଲାନ୍ସ ପକ୍ଷରୁ ଉପ ଜିଲ୍ଲାପାଳଙ୍କ ଘରେ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉ ବେଳେ ଉପ ଜିଲ୍ଲାପାଳ ଧିମାନଙ୍କ ବାସଭବନରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ବିଭାଗର ଅଧିକାରୀଙ୍କୁ ନେଇ ଚଢ଼ାଉ ଜାରି ରହିଛି ।

ତାଙ୍କ ସରକାରୀ ଘର ତନଖି ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଛି। ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି କରି ୧୦ ଲକ୍ଷ ନେବା ବେଳେ ଗତକାଲି ରାତିରେ ଭୁବନେଶ୍ୱରରୁ ଆସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ୧୦ ଲକ୍ଷ ଟଙ୍କା ଜବତ ହେଇଥିଲା। ଖବର ଲେଖାଗଲା ବେଳକୁ ଉପ ଜିଲାପାଳଙ୍କ ସରକାରୀ ଘର ଏବଂ ଅଫିସ ତନଖି ଚାଲିଛି। ଗତପ୍ରାୟ ଦେଢବର୍ଷ ତଳେ ସେ ଧର୍ମଗଡ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ। ରାତିରେ ଚଢାଉ ସରିଲେ ବିଳମ୍ୱିତ ରାତିରେ ତାଙ୍କୁ ସ୍ଥାନୀୟ ଭିଜିଲାନ୍ସ ଡିଏସପିଙ୍କ ଅଫିସକୁ ଆଣି ପଚରା ଉଚରା କରାଯିବାର ସମ୍ଭାବନା ଅଛି।