Odia News Portal

ଭୁବନେଶ୍ବର ପାତ୍ରପଡା ଛକରେ ସିରିଜ ଦୁର୍ଘଟଣା : ବିଳମ୍ବିତ ରାତିରେ ପଛକୁ ପଛ  ମାଡ଼ ହେଲେ ୪ ଟ୍ରକ

ଭୁବନେଶ୍ବର ପାତ୍ରପଡା ଛକରେ ସିରିଜ ଦୁର୍ଘଟଣା । ପଛକୁ ପଛ ପିଟି ହେଲା ୪ଟି ଟ୍ରକ । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ, ଟ୍ରକଟି ଭାଙ୍ଗି ଯାଇଥିଲା । ନିଶାଶକ୍ତ, ଏବଂ ଓଭରଟେକିଙ୍ଗକୁ ନେଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ପାତ୍ରପଡ଼ା ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ପ୍ରାୟ ଦେଢ଼ଘଣ୍ଟା ଧରି ରାସ୍ତା ଜାମ ହୋଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆସିଥିଲା ।