Odia News Portal

ଭୁବନେଶ୍ୱରରେ ଅଟକିଲା ବସ୍ , ଟ୍ରେନ୍

ଅଟକିଲା ଟ୍ରେନ, ଅଟକୁଛି ବସ୍ । ୧୨ ଦଫା ଦାବି ନେଇ ଆଜିଠୁ ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିୟନ ସଙ୍ଗଠନ । ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାଷ୍ଟ୍ରାୟତ ସଂସ୍ଥାର ବିକ୍ରୀ ବନ୍ଦ , ଅହେତୁକ ଦରଦାମ ବୃଦ୍ଧି, କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।