ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ରାହୁଲଙ୍କୁ ବିମାନବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଛି । ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବେ । ବରମୁଣ୍ଡା ପଡିଆରେ ସମାବେଶରେ ଯୋଗ ଦେବେ । ରାହୁଲଗାନ୍ଧୀଙ୍କ ଗସ୍ତକୁ ନେଇ ପୁଲିସ କଡା ସୁରକ୍ଷାର ବ୍ୟବସ୍ଥା କରିଛି । ଭୁବନେଶ୍ୱରରେ ୫୩ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ବିମାନ ବନ୍ଦରରୁ ମେଡିକାଲ ଛକ ଯାଏଁ ରୋଡ ସୋ ହେବ । ଡଗ ସ୍କ୍ୱାଡ , ବମ ସ୍କ୍ୱାଡ ନିୟୋଜିତ କରାଯାଇଛି । ଏନେଇ ପୁଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।