Odia News Portal

ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି: ନିମ୍ନମାନର କାମ ଅଭିଯୋଗ

ରାଜଧାନୀର ରମାଦେବୀ ବିଶ୍ଵବିଦ୍ୟାଳୟ ପାଚେରି ଭୁଶୁଡ଼ିପଡ଼ିଥିବାର ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନବନିର୍ମିତ ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ିଛି। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ହଷ୍ଟେଲ ଛାତ୍ରୀ।

ପାଚେରି ଭାଙ୍ଗିବା ଘଟଣା ନେଇ ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି। ସେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ପାଚେରି ପାଖରେ ଏଠାରେ ପାଣି ଶୋକିଙ୍ଗ ହେଉଥିଲା। ଏ ନେଇ ବିଏମସି ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ। ନିର୍ମାଣ ସମୟରେ ପାଚେରିର ବିମ୍ ନଥିଲା କି ପିଲାର ନଥିଲା। ସଂପୃକ୍ତ ଠିକା କର୍ମଚାରୀଙ୍କୁ ଏନେଇ ପଚରାଯିବ ବୋଲି ସେ କହିଛନ୍ତି।
ଠିକ୍ ସେହିପରି ନିମ୍ନମାନର କାମ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କର୍ପୋରେଟର। ୨ ମାସ ତଳେ ନିର୍ମାଣ ହୋଇଥିବା ପାଚେରି କିଭଳି ଭୁଶୁଡ଼ିଲା ତାକୁ ନେଇ ଉଠାଇଛନ୍ତି ସେ। ଛାତ୍ରୀମାନେ ଏଠାରେ ବସି ପଢ଼ାପଢ଼ି ମଧ୍ୟ କରନ୍ତି।ଏହି ଦୁର୍ଘଟଣା ପାଇଁ ସଂପୃକ୍ତ ଠିକା କର୍ମଚାରୀ ଦାୟୀ ବୋଲି ଛାତ୍ରୀ ଅଭିଯୋଗ କରିଛନ୍ତି।