Odia News Portal

ଭଡ଼ାଟିଆ ନପାରିଥିଲେ ନିଜେ ପାହାଡ଼ ତଳକୁ ‌ସ୍ବାମୀଙ୍କୁ ଠେଲିଦେବେ ବୋଲି ପ୍ରେମିକକୁ କହିଥିଲେ ସୋନମ

 ମେଘାଳୟର ହନିମୁନ୍‌-ହତ୍ୟାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି। ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ମହିଳା ସୋନମ ରଘୁବଂଶୀ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବାକୁ ଏତେ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ଯଦି ଭଡାଟିଆ ଲୋକମାନେ ବିଫଳ ହୁଅନ୍ତି ତେବେ ସେ ନିଜେ ତାଙ୍କୁ ପାହାଡ଼ରୁ ଠେଲି ଦେବାକୁ ଯୋଜନା କରିଥିଲେ।

ପୁଲିସ ସୂତ୍ର ଅନୁସାରେ, ” ଅଭିଯୁକ୍ତା ତାଙ୍କ ପ୍ରେମିକଙ୍କୁ କହିଥିଲେ କି ଯଦି ବିଶାଲ, ଆନନ୍ଦ ଏବଂ ଆକାଶ ରାଜାଙ୍କୁ ହତ୍ୟା କରିପାରି ନଥାନ୍ତି, ତେବେ ମୁଁ ତାଙ୍କୁ ଫଟୋ ଉଠାଇବା ସମୟରେ ପାହାଡ଼ରୁ ତଳକୁ ଠେଲି ଦେବି,”।

ଖବର ଅନୁଯାୟୀ ସୋନମ ତାଙ୍କ ବିବାହର ଚାରି ଦିନ ପରେ, ମେ ୧୫ ତାରିଖରେ ଇନ୍ଦୋରସ୍ଥିତ ତାଙ୍କ ମାଆଙ୍କ ଘରକୁ ଫେରିବା ପରେ ହତ୍ୟା ଯୋଜନା ରଚିଥିଲେ। ସେଠାରୁ ସେ ଗୌହାଟୀକୁ ଟିକେଟ୍ ବୁକ୍ କରିଥିଲେ ଏବଂ ଫୋନ୍ କଲ୍ ମାଧ୍ୟମରେ ରାଜଙ୍କ ସହ ଷଡ଼ଯନ୍ତ୍ର ରଚିଥିଲେ।

ରାଜାଙ୍କ ସହ ଶାରୀରିକ ଘନିଷ୍ଠତାକୁ ବିଳମ୍ବ କରିବାକୁ ସୋନମ ତାଙ୍କୁ ମେଘାଳୟ ଯିବା ପୂର୍ବରୁ କାମାକ୍ଷା ମନ୍ଦିର ଦର୍ଶନ କରିବାକୁ ରାଜି କରାଇଥିଲେ।

ମେ ୨୩ ତାରିଖରେ ରାଜା ଏବଂ ସୋନମ ମେଘାଳୟର ନୋଙ୍ଗରିଆଟ ଗାଁରେ ଏକ ହୋମଷ୍ଟେରୁ ଚେକ୍ ଆଉଟ୍ କରିଥିଲେ। ଦଶ ଦିନ ପରେ, ରାଜାଙ୍କ ମୃତଦେହ ପ୍ରାୟ ୨୦ କିଲୋମିଟର ଦୂରରେ ଏକ ଗଭୀର ଘାଟିରେ ମିଳିଥିଲା।