Odia News Portal

ମଣ୍ଡପରେ ବିରାଜିବେ ମା’; ସଜେଇ ହେଲାଣି ପୂଜା ମଣ୍ଡପ

ମା’ଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ଜଗତଜନନୀ ଦେବୀ ଦୁର୍ଗାଙ୍କର ମହାସପ୍ତମୀ ପୂଜା । ଏଥିଲାଗି ସଜେଇ ହୋଇଛି ପୂଜା ମଣ୍ଡପ । ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ । ଗତକାଲି ସଂଧ୍ୟାରେ ବେଲବରଣ ପରେ ଆଜି ହେବ ମା’ଙ୍କର ଚକ୍ଷୁଦାନ ଏବଂ ନବପତ୍ରିକା ପ୍ରବେଶ । ମହାସପ୍ତମୀ ପୂଜା ଲାଗି ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । କଟକରେ ସୁନା , ଚାନ୍ଦି ମେଢରେ ଝଲସୁଛନ୍ତି ଦେବୀ ଦୁର୍ଗା । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାକୁ ଲୋକେ ଖୁବ୍ ଉପଭୋଗ କରୁଛନ୍ତି । ମଣ୍ଡପରେ ଆଜି ମହାସପ୍ତମୀ ପୂଜା ହେଉଥିବାବେଳେ ପୀଠରେ ଆଜି ମା’ଙ୍କର ମହାଅଷ୍ଟମୀ ପୂଜା । ଦୁଇ ବର୍ଷ ପରେ ଯାକ ଯକମରେ ମା’ଙ୍କ ପୂଜା ଆୟୋଜନ ହେଉଥିବାରୁ ସବୁଠି ଦେଖିବାକୁ ମିଳିଛି ଉତ୍ସାହ । ଭିଡ ନିୟନ୍ତ୍ରଣ , ଟ୍ରାଫିକ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।