Odia News Portal

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଅଞ୍ଚଳରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ମୁତାବକ, ପଥୁରୀ ଗ୍ରାମର ରବିନ ଦେହୁରୀ (୩୫) ଆଜି ଭୋରରୁ ମାଲିକ ଡାକିବାରୁ ଟ୍ରାକ୍ଟର ନେଇ କାର୍ଯ୍ୟ କରିବାକୁ ଯାଇଥିଲେ। ତେବେ କୌଣସି କାରଣବଶତଃ ରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଥିଲେ । ଟ୍ରାକ୍ଟରଟି ଏକ ଖାଲରେ ପଡିଯିବାରୁ ରବିନ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଖବର ପାଇ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାଙ୍ଗିରିପୋଷି ପୁଲିସ ଟ୍ରାକ୍ଟର ଜବତ କରି ତଦନ୍ତ ଚଳାଇଛି।