ତୁର୍କୀକୁ ବଡ଼ ଝଟ୍କା ଦେଇଛି ଭାରତ । ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ସର୍ଭିସ ପ୍ରୋଭାଇଡର କମ୍ପାନି ସେଲେବି ଏଭିଏସନର ସୁରକ୍ଷା ଚୁକ୍ତିକୁ ବାତିଲ କରିଛି ଭାରତ । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏକନାଥ ସିନ୍ଦେଙ୍କ ଶିବସେନା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଯ୍ୟ କରୁଥିବା ତୁର୍କୀ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନି ସେଲେବି ଏନ୍ଏଏସ୍ ଏୟାରପୋର୍ଟ ସର୍ଭିସେସ୍ର ଚୁକ୍ତି ରଦ୍ଦ କରିବାକୁ ୧୦ ଦିନିଆ ସମୟସୀମା ଦେଇଥିଲା । ଶିବସେନା ନେତା ମୁର୍ଜି ପଟେଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମେ ୧୩ରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଭେଟି ଏହି ଦାବି ରଖିଥିଲେ ।
ଅଭିଯୋଗ ଅନୁସାରେ, ତୁର୍କୀ ପାକିସ୍ତାନକୁ ଡ୍ରୋନ୍ ଯୋଗାଇ ଭାରତ ବିରୋଧୀ କାର୍ଯ୍ୟକୁ ସମର୍ଥନ କରୁଛି, ଯାହା ଜାତୀୟ ସୁରକ୍ଷା ପାଇଁ ବିପଦ । ସେଲେବି ତୁର୍କୀର ସଂସ୍ଥା, ଯାହା ମୁମ୍ବାଇ ବିମାନବନ୍ଦରରେ ପ୍ରାୟ ୭୦ ପ୍ରତିଶତ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କାର୍ଯ୍ୟ କରେ । ଯେଉଁଥିରେ ଯାତ୍ରୀ ସେବା, କାର୍ଗୋ ଓ ଫ୍ଲାଇଟ୍ ଅପରେସନ୍ ଅନ୍ତର୍ଭୁକ୍ତ । ସେଲେବି ୨୦୦୮ରେ ଭାରତରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଦିଲ୍ଲୀ, ବେଙ୍ଗାଳୁରୁ, ହାଇଦ୍ରାବାଦ ସମେତ ୯ଟି ବଡ଼ ବିମାନବନ୍ଦରରେ ସେବା ଯୋଗାଏ ।
ଜାଣିରଖିବା ଉଚିତ ଯେ, ଭାରତ ସହ ତୁର୍କୀର ବାଣିଜ୍ୟିକ ସମ୍ପର୍କ ବେଶ ପୁରୁଣା । କିନ୍ତୁ ପାକିସ୍ତାନ ପାଇଁ ଭାରତ ସହ ବିଶ୍ବାସଘାତକତା ଏବେ ତୁର୍କୀକୁ ମହଙ୍ଗା ପଡ଼ିବ । କାରଣ ଭାରତରେ ଆରମ୍ଭ ହୋଇଛି ବଏକଟ୍ ତୁର୍କୀ ଅଭିଯାନ । ତୁର୍କୀର ସାମଗ୍ରୀକୁ ସ୍ୱତଃପ୍ରବୃତ୍ତ ଭାବେ ବଏକଟ୍ କରିବାକୁ ଆଗେଇ ଆସିଛନ୍ତି ଭାରତୀୟ । ତୁର୍କୀକୁ ପାନେ ଦେବାକୁ ଏବେ ଏକାଠି ହୋଇଛନ୍ତି ଦେଶବାସୀ ।
ଭାରତ ବନାମ ତୁର୍କୀ; କାହାର ବେପାର ଘାଟା ?
- ଭାରତ-ତୁର୍କୀ ସମ୍ପର୍କରେ ଭଟ୍ଟା, ବ୍ୟବସାୟକୁ କରିବ ପ୍ରଭାବିତ
- ୨୦୨୪-୨୫ ଆର୍ଥିକ ବର୍ଷକୁ ନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ତଥ୍ୟ
- ଭାରତ ତୁର୍କୀକୁ ପଠାଇଛି ୫.୨୧ ବିଲିୟନ ଡଲାରର ସାମଗ୍ରୀ
- ଭାରତ ତୁର୍କୀଠାରୁ କିଣିଛି ୨.୮୪ ବିଲିୟନ ଡଲାର ମୂଲ୍ୟର ଜିନିଷ
- ଅଥାର୍ତ ତୁର୍କୀ ଠାରୁ କମ ସାମଗ୍ରୀ କିଣିଛି ଭାରତ
- ଭାରତ ଉପରେ ଅଧିକ ନିର୍ଭରଶୀଳ ତୁର୍କୀ
- ଭାରତ ରପ୍ତାନି କରୁଥିବା ପ୍ରମୁଖ ଜିନିଷ ମଧ୍ୟରେ ରହିଛି ଇଞ୍ଜିନିୟରିଂ ସାମଗ୍ରୀ
- ଇଲୋକ୍ଟ୍ରୋନିକ୍ସ ଉତ୍ପାଦ ସହ ଅର୍ଗାନିକ ଓ ଅଣ-ଅର୍ଗାନିକ କେମିକାଲ ରପ୍ତାନି କରେ ଭାରତ
- ଆଇରନ୍, ଷ୍ଟିଲ୍, ତୈଳ, ମିନେରାଲ ଇନ୍ଧନ, ଅଟୋ-ମୋବାଇଲ୍ ପାର୍ଟସ୍, ଫାର୍ମା ପ୍ରଡକ୍ଟ, ବସ୍ତ୍ର ଓ ଗାରମେଣ୍ଟସ୍ ଇତ୍ୟାଦି ପଠାଏ ଭାରତ
- ତୁର୍କୀରୁ ଭାରତକୁ ସେଓ, ମାର୍ବଲ, ଲେମ୍ବୁ ଓ ସିମେଣ୍ଟ ଆସିଥାଏ
- ଭାରତ ତୁର୍କୀଠୁ ମୁହଁ ଫେରାଇବା ପରେ ପ୍ରଥମ ଝଟ୍କା ଲାଗିଛି ତୁର୍କୀ ସେଓ ଉପରେ
- ତୁର୍କୀରୁ ଆସୁଥିବା ସେଓକୁ ବଏକଟ୍ କରିଛନ୍ତି ଲୋକ
- ତୁର୍କୀର ମାର୍ବଲ ମାର୍କେଟ ଉପରେ ମଧ୍ୟ ହେବ ବଡ଼ ପ୍ରହାର
- ଭାରତକୁ ୭୦% ମାର୍ବଲ ତୁର୍କୀରୁ ଆସେ
- ସୁନା, କିଛି ପନିପରିବା ଓ କେମିକାଲ୍ କ୍ଷେତ୍ରରେ ବି ଭାରତ ବଜାର ଉପରେ ନିର୍ଭର କରେ ତୁର୍କୀ
- ଏହାଛଡ଼ା ଭାରତୀୟଙ୍କ ବଏକଟ୍ ନୀତି ତୁର୍କୀ ପର୍ଯ୍ୟଟନ ଉପରେ ପ୍ରଭାବ ପକାଇବ
- ୨୦୨୩-୨୪ ଆର୍ଥିକ ବର୍ଷରେ ଉଭୟ ଦେଶ ମଧ୍ୟରେ କମିଥିଲା ବାଣିଜ୍ୟ କାରବାର
- ଭାରତର ରପ୍ତାନି ୬.୬୫ ବିଲିୟନ ଡଲାର ଓ ଆମଦାନୀ ରହିଥିଲା ୩.୭୮ ବିଲିୟନ ଡଲାର