ରାତି ଗଲା, ଆଉ ଏବେ ସକାଳ ଯାଇ ମଧ୍ୟାହ୍ନ ହେବାକୁ ବସିଲାଣି। ଅଥଚ କଟକ ମହାନଦୀକୁ ଯେଉଁ ଯୁବକ ଜଣକ ଡେଇଁପଡ଼ିଥିବା କୁହାଯାଉଛି, ତାଙ୍କର ଏଯାଏଁ ପତ୍ତା ମିଳୁନି। ଗତ ରାତିରୁ ସଂପୃକ୍ତ ଯୁବକ ନିଖୋଜ ଅଛନ୍ତି। ନିଖୋଜ ଯୁବକଙ୍କ ନାଁ ପ୍ରଶାନ୍ତ ରାଉତ। ଘର କଟକ ଛତ୍ରବଜାର ଅଞ୍ଚଳରେ ବୋଲି କୁହାଯାଉଛି।
ଅଗ୍ନିଶମ ବାହିନୀ ନିଖୋଜ ପ୍ରଶାନ୍ତଙ୍କୁ ଖୋଜାଖୋଜି ବି କରିଛନ୍ତି। ନଦୀ ନିକଟରୁ ତାଙ୍କ ଚପଲ ଓ କ୍ୟାପ୍ ମିଳିଥିବାରୁ ସେ ମହାନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି। ଯଦି ସେ ନଦୀକୁ ଡେଇଁପଡ଼ିଛନ୍ତି, ତେବେ କାହିଁକି, ତାହା ସ୍ପଷ୍ଟ ହୋଇପାରିନାହିଁ।
