Odia News Portal

ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦିଆଯିବ ଦଣ୍ଡ

ବସ୍‌ର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ମାମଲାରେ ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦିଆଯିବ ଦଣ୍ଡ। ଏନେଇ ସବୁ ଆର୍‌ଟିଓମାନଙ୍କୁ ଚିଠି କଲେ ଏସ୍‌ଟିଏ ସଚିବ। ଏନେଇ ନିୟମିତ ଯାଞ୍ଚ କରିବାକୁ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ଯେଉଁମାନେ ମହିଳାଙ୍କୁ ବାରଣ କରୁଥିବେ, ଇ-ଚାଲାଣ କଟାଯିବ। ବସ୍‌ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ। 

ପ୍ରକାଶଥାଉକି ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣର କୁତ୍ସିତ ପ୍ରଥା ଉଚ୍ଛେଦ ହେଉ, ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ । ସରକାରୀ ଓ ଘରୋଇ, ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ । ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଚଢାଇ ନଦେବାର କଳଙ୍କିତ ପ୍ରଥା ଉପରେ ବ୍ରେକ୍ ଦେବାକୁ ପରିବହନ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।

ସମାଜରେ ବର୍ଷ ବର୍ଷ ଧରି ଚଳି ଆସୁଥିବା ଏ ମହିଳା ବିରୋଧୀ ପ୍ରଥାକୁ ନେଇ ନିକଟରେ ଚର୍ଚ୍ଚା ପରେ ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ମହିଳା କମିଶନ୍। କିଛି ଦିନ ତଳେ ଭୁବନେଶ୍ୱର ବରମୁଣ୍ଡାରୁ ମାଲକାନଗିରି ଯିବାକୁ ଚାହୁଁଥିବା ଜଣେ ମହିଳା ଯାତ୍ରୀ ବସରେ ଚଢ଼ିବାକୁ ଚାହିଁବାରୁ ତାଙ୍କୁ ବାରଣ କରିଥିଲେ କଣ୍ଡକ୍ଟର ।