Odia News Portal

ମାକଡ଼ ନଦୀ ରେ ପୋଲ ନିର୍ମାଣ ପାଇଁ ଦିନରେ ସ୍ବପ୍ନ ଦେଖାଉଚି ପ୍ରଶାସନ

କୋରାପୁଟ ଜିଲ୍ଲାପାଳଙ୍କ ମିଛ ପ୍ରତିଶୃତି ! ଝାଲିଆଗୁଡା ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା ଦେଉଛନ୍ତି ଜିଲ୍ଲାପାଳ ମୋହଦୟ !ଜନଶୁଣାଣୀରେ ଦୁତୀୟ ଥର ଅବିଯୋଗ ଗ୍ରହଣ ନକରି ପୋଲୋ ନିର୍ମାଣ ପାଇଁ ଅନୁଦାନ ଆସିଛି କହି ଲୋକଙ୍କୁ ମିଛ ଆଶା ଦେଇଥିବା ଜିଲ୍ଲାପାଳଙ୍କ ନାମରେ କ୍ଷବ ପ୍ରକାଶ କରିଛନ୍ତି ଝାଲିଆଗୁଡା ଗ୍ରାମବାସୀ ! ପୋଲ ନିର୍ମାଣ ପାଇଁ ଅନୁଦାନ ଆସିଛି ଯଦି କାହିଁକି ଦୀର୍ଘ ବର୍ଷ ବିତିଯାଉଥିଲେ ମଧ୍ୟ ନିର୍ମାଣ କରାଯାଉନି ପୋଲ ଏନେଇ ଜିଲ୍ଲା ପ୍ରଶାସନକୁ ଜବାବ ମାଗିଛନ୍ତି ଗ୍ରାମବାସୀ! ଆଉ କେତେ ଜଣଙ୍କ ଜୀବନ ଗଲେ ଯେତିବ ଜିଲ୍ଲା ପ୍ରଶାସନ! ତେବେ ଯଥାଶୀଘ୍ର ପୋଲ ନିର୍ମାଣ ପାଇଁ ନୂଆ ସରକାରଙ୍କୁ ଦାବି କରିଛନ୍ତି ଗ୍ରାମବାସୀ !କେନ୍ଦ୍ର ଓ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ମାଳମାଳ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ଓ ସରକାରୀ ବାବୁ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ସ୍ୱାଧୀନତାର ସାତ ଦଶନ୍ଦୀ ପରେ ମଧ୍ୟ ଲୋକଙ୍କୁ ମିଳୁନି ମୌଳିକ ସୁବିଧା ! ହଁ ଆଜ୍ଞା ଆପଣ ଦେଖୁଥିବା ଏହି ଦୃଶ୍ୟରୁ ହିଁ ଅନୁମାନ କରିପାରୁଥିବେ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ କେତେ ତତ୍ପର ଆମ ବୈପାରୀଗୁଡା ପ୍ରଶାସନ! ବାରମ୍ବାର ଅବିଯୋଗ ପରେ ମଧ୍ୟ କୋରାପୁଟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଜୀବନକୁ ବାଜିରେ ଲଗେଇକି ଭରା ନଇଁ ପାର ହେଉଛନ୍ତି ଝାଲିଆଗୁଡା ଗ୍ରାମବାସୀ ସମେତ 6ଖଣ୍ଡ ଗ୍ରାମବାସୀ !ଅବିଯୋଗ ଅନୁଯାଇ ଝାଲିଆଗୁଡା ଗ୍ରାମର ଛାତ୍ରଛାତ୍ରୀ ମାନେ ଅଙ୍ଗନବାଡି ଓ ସ୍କୁଲ ଯିବାକୁ ହେଲେ କେନ୍ଦୁପୁଟ ଗ୍ରାମକୁ ଯାଇଥାନ୍ତି କିନ୍ତୁ କୌଣସି ରାସ୍ତା ନ ଥିବାରୁ ଛଟ ଛଟ କମଳମତି ଶିଶୁ ମାନେ ମଧ୍ୟ ସେଇ ନଦି ଦେଇକି ଜୀବନକୁ ବାଜିରେ ଲଗେଇ ଯିବା ଆସିବା କରନ୍ତି ଏବଂ ନଦୀ ସେପଟେ ଥିବା ପାଖାପାଖି 6ରୁ 8ଖଣ୍ଡ ଗ୍ରାମବାସୀ ସମସ୍ତେ ଏହି ନଦୀ ଦେଇ ପଞ୍ଚାୟତକୁ ପିଡ଼ିଏସ, ଭତ୍ତା ଏବଂ ବିଭିନ୍ନ କାମରେ ବାହାରେ ଯାଇଥାନ୍ତି, ବେଳେବେଳେ ଜୀବନକୁ ବଞ୍ଚିବା ପାଇଁ ଜୀବିକା ସଂଗ୍ରହ କରିବାକୁ ଯାଉଥିବା ସମୟରେ ଅନେକ ଲୋକ ଜୀବନ ମଧ୍ୟ ହାରିଛନ୍ତି ତଥାପି ହାତ ବାନ୍ଦି ଚୁପ ବସିଛନ୍ତି କୋରାପୁଟ ଜିଲ୍ଲା ପ୍ରଶାସନ ! ଝାଲିଆଗୁଡା ମାକଡ଼ ନଦୀରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ସମେତ ଅଞ୍ଚଳବାସୀ ମିଳିତ ଭାବରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ବାରମ୍ବାର ଅବିଯୋଗ କରିଛନ୍ତି କିନ୍ତୁ କେବଳ ପ୍ରତିଶୃତି ହିଁ ମିଳିଛି ! ବିଗତ ସରକାରଙ୍କ ନେତା ମନ୍ତ୍ରୀ ନିର୍ବାଚନ ସମୟରେ ଝାଲିଆଗୁଡା ଗ୍ରାମର ନଦୀରେ ପହଞ୍ଚି ନଡ଼ିଆ ଭାଙ୍ଗି ଶୁଭ ଦେଇଥିଲେ ପୋଲ ନିର୍ମାଣ କରିବା ପାଇଁ କିନ୍ତୁ ଦୀର୍ଘ ବର୍ଷ ବିତି ଯାଉଥିଲେ ମଧ୍ୟ ନିର୍ମାଣ ହେଉନି ପୋଲ ! ଯାହାଫଳରେକି ଝାଲିଆଗୁଡା ଗ୍ରାମବାସୀଙ୍କ ସମେତ ଅଞ୍ଚବାସୀ ବିଭିନ୍ନ ଅସୁବିଧା ରେ ସମ୍ମୁଖୀନ ହେଉଥିବା ଅବିଯୋଗ କରିଛନ୍ତି ଗ୍ରାମବାସୀ ! ଏହି ସମସ୍ୟା ବିଷୟରେ ଜାଣିବା ପରେ ଆମ ପ୍ରତିନିଧି ଇନ୍ଦ୍ର ପାଙ୍ଗି ବୈପାରୀଗୁଡା ଗଷ୍ଟି ଉନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥିଙ୍କ ପ୍ରତିକ୍ରିୟା ନେବାରୁ ସେ ଯଥାଶୀଘ୍ର ଉପରସ୍ତ ଅଧିକାରୀଙ୍କୁ ଜଣେଇବା ସହିତ ତୁରନ୍ତ ପୋଲ ତିଆରି ପାଇଁ ଧ୍ୟାନ ଦେବି ବୋଲି ପ୍ରକାଶ କରିଛନ୍ତି ! ବାରମ୍ବାର ଗୁହାରି ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଶେଷରେ ଭାଗ୍ୟକୁ ଆଧାରି ଭରା ନଇଁରେ ପାର ହୋଇ ବିଭିନ୍ନ କାମ ପାଇଁ ଯାଉଥିବା ଅବିଯୋଗ କାରି ପ୍ରକାଶ କରିଛନ୍ତି! ତେବେ ବିଗତ ସରକାରଙ୍କ ମିଛ ପ୍ରତିଶୃତି କୁ ବର୍ତ୍ତମାନର ନୂଆ ବିଜେପି ସରକାର ପୁରଣ କରିବ ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି !