Odia News Portal

ମାର୍ଚ୍ଚମାସରେ ଭୟଙ୍କର ହେବ କୋରୋନା

ଦିନକୁ ଦିନ ଡରାଇବାରେ ଲାଗିଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହା ଆଗକୁ ଆହୁରି ଭୟଙ୍କର ହେବ ବୋଲି କହୁଛନ୍ତି ଗବେଷକ । ତେଣୁ ସବୁ ପ୍ରକାର ସୁରକ୍ଷା ନେବାପାଇଁ ଜଣାଇ ଦେଇଛନ୍ତି ସରକାର ।
ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ଵାଲ ଏମିତି ସୂଚନା ଦେଇଛନ୍ତି ଯେ ମାର୍ଚ୍ଚରେ ଭାରତରେ କରୋନା ନୂଆ ଭାରିଏଣ୍ଟ ପିକରେ ପହଞ୍ଚିବ । ସେତେବେଳେ ଦୈନିକ ସଂକ୍ରମଣ ୧ ଲକ୍ଷ ୮୦ ହଜାର ରୁ ଟପିଯିବ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି ।
ସେତେବେଳେ ଦୈନିକ ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମେଡିକାଲରେ ଭର୍ତ୍ତି ହେବେ । ଏହି ନୂଆ ଭାରିଏଣ୍ଟ ୨୦୨୨ ଫେବୃଆରୀ ମାସ ଆଡକୁ ଦ୍ରୁତ ଗତିରେ ସଂକ୍ରକଣ ହୋଇ ମାର୍ଚ୍ଚରେ ପିକରେ ପହଞ୍ଚିବ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି । ବର୍ତ୍ତମାନ ଦେଶର ୧୭ ଟି ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବଢ଼ି ଚାଲିଛି । ଏବଂ ଓମିକ୍ରନ ସଂକ୍ରମଣ ମାମଲା ୩୫୦ ରେ ପହଞ୍ଚିଛି ।
ତେବେ ସେଥିମଧ୍ୟରୁ ୧୮୩ ଓମିକ୍ରନ ମାମଲାକୁ ବିଶ୍ଲେଷଣ କରି ଦେଖାଯାଇଛି ଯେ ୯୧ % ସଂକ୍ରମିତ କରୋନା ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି । ଏହାଛଡ଼ା ସେମାନଙ୍କ ମଧ୍ୟରୁ ୭୦% ଲକ୍ଷଣ ବିହୀନ ଥିବା ବେଳେ ୬୧ % ପୁରୁଷ ଥିବା ଜଣାଯାଇଛି । ଓମିକ୍ରନ ଡେଲଟା ଭାରିଏଣ୍ଟ ଠାରୁ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏହା ଦେଢ଼ ରୁ ୩ ଦିନ ମଧ୍ୟରେ ଦୁଇଗୁଣ ହୋଇଥାଏ ବୋଲି ଜଣାଯାଇଛି ।