Odia News Portal

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତେଲେଙ୍ଗାନା ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ

 ତେଲେଙ୍ଗାନାର ଫାର୍ମାସିଟିକାଲ କମ୍ପାନି ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ତେଲେଙ୍ଗାନା ବିସ୍ଫୋରଣରେ ଗଞ୍ଜାମର ତିନିଜଣ, ନବରଙ୍ଗପୁରର ଦୁଇ ଜଣ ଏବଂ କଟକ, ଯାଜପୁର ଓ ବାଲେଶ୍ୱରର ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିବାରକୁ ସହାୟତା ସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଥିବା ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।