ରଥଯାତ୍ରା ପୂର୍ବରୁ ଓଡିଶାବାସୀଙ୍କୁ ଭେଟି । ଦୀର୍ଘ ଦିନର ଥିବା ଅପେକ୍ଷାର ହେଲା ଅନ୍ତ । ଓଡିଶାରେ ଗଡ଼ିବ ବନ୍ଦେ ଭାରତ ଟ୍ରେନ୍ । ମେ ୧୫ରୁ ଗଡ଼ିବ ବନ୍ଦେ ଭାରତ ଟ୍ରେନ୍ । ପୁରୀରୁ ହାଓ୍ୱଡ଼ା ଚାଲିବ ବନ୍ଦେ ଭାରତ ଟ୍ରେନ୍ । ପୂର୍ବରୁ ବନ୍ଦେ ଭାରତ ଟ୍ରେନ୍ର ସରିଛି ଟ୍ରାଏଲ୍ ରନ୍ ।ଖବର ଅନୁଯାୟୀ, ଗତ ୨୮ ତାରିଖରେ ହାଓ୍ୱାଡା-ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନ୍ ହୋଇଥିଲା । ସେହିଦିନ ସକାଳ ୬ଟା ୧୦ ମିନିଟ୍ରେ ହାଓ୍ୱଡାରୁ ଯାତ୍ରା ଆରମ୍ଭ କରିଥିଲା ଟ୍ରେନ୍ । ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିଥିଲା । ଏହା ପରେ ଭୁବନେଶ୍ବର, ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ପୁରୀରେ ମଧ୍ୟାହ୍ନରେ ପହଞ୍ଚିଥିଲା ଟ୍ରେନ୍ । ପୁରୀରେ କିଛି ସମୟ ରହିବା ପରେ ପୁଣି ଥରେ ହାଓ୍ୱଡ଼ା ଅଭିମୁଖେ ବାହାରିଥିଲା ।
ସୂଚନାଯୋଗ୍ୟ ଯେ, ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରୁଛି ।
Sign in
Sign in
Recover your password.
A password will be e-mailed to you.
