Odia News Portal

ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

ମୋକିମଙ୍କ ନିର୍ବାଚନ ଅସିଦ୍ଧ । କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା । ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ । ନାମାଙ୍କନ ବେଳେ ସବିଶେଷ ତଥ୍ୟ ଦେଇ ନଥିବା ଅଭିଯୋଗ କରିଥିଲେ ।

ଅନ୍ୟପଟେ ଗତ କିଛିଦିନ ତଳେ କଂଗ୍ରେସକୁ ଫେରିଥିଲେ ମୋକିମ । ଦବଦବା ଥିବା ନିଲମ୍ୱିତ ନେତାଙ୍କୁ ଫେରାଇ ଦଳ ଗୋଟାଇଥିଲା ବଳ । କିନ୍ତୁ ବର୍ତ୍ତମାନ ହାଇକୋର୍ଟଙ୍କ ଏପରି ଘୋଷଣା କଂଗ୍ରେସ ଆଶାରେ ପାଣି ପକାଇ ଦେଇଛି । ଗତ ଜାନୁଆରୀରେ ପ୍ରଭାରୀ ଅଜୟ କୁମାର, ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ଉଠାଇ ଦେଇଥିଲେ ।

ସୂଚନା ଅନୁସାରେ ୧୫ ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କରିଥିଲା କଂଗ୍ରେସ । ସୂଚନା ଭବନରେ ଆୟୋଜିତ ‘ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଉଭୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।