Odia News Portal

ଯାଜପୁର କଳିଙ୍ଗନଗରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୋହନ ମାଝୀ

ଶିଳ୍ପ ମୁହାଁ ସରକାର । ରାଜ୍ୟରେ ଶିଳ୍ପ ବିକାଶକୁ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର । ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର କଳିଙ୍ଗନଗରରେ ଶିଳ୍ପାନୁଷ୍ଠାନ ସମ୍ପ୍ରସାରଣ ପାଇଁ ନୂଆ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୪ ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ମୋଟ ୧ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନ କରାଯାଇଛି ।

ସେହିପରି ଟାଟାଷ୍ଟିଲର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ୬୩ ହଜାର କୋଟି ଟଙ୍କାର ନୂଆ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ୩୪ ହଜାର ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଇଛନ୍ତି ।