Odia News Portal

ଯାତ୍ରୀବାହୀ ବିମାନ, ମଝି ଆକାଶରେ ହେଲା ଉଭାନ

ମଝି ଆକାଶରେ ଉଭେଇଗଲା ବିମାନ। ଯାତ୍ରୀଙ୍କୁ ନେଇ ଉଡାଣ କରିଥିବା ବେଳେ ଆକାଶରେ ବିମାନ କୁଆଡେ ଉଭାନ ହୋଇଯାଇଛି । ଏଭଳି ଏକ ବଡ଼ ଖବର ଏବଂ ଛାତିକୁ ଦୋହଲାଇ ଦେଲା ଭଳି ଖବର ଆସୁଛି ରୁଷରୁ । ଯେଉଁଠି ଏକ ଯାତ୍ରୀବାହୀ ବିମାନକୁ ନେଇ ଅଶୁଭ ଖବର ଆସୁଛି । ତେବେ ୫୦ ଜଣଙ୍କୁ ନେଇ ଉଡାଣ ଭରିଥିବା ବିମାନ କୁଆଡେ ଗାଏବ ହୋଇଯାଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ବିମାନରେ ମୋଟ ୪୪ ଜଣ ଯାତ୍ରୀ ଥିଲେ ଯେଉଁଥିରେ ୫ ଜଣ ଶିଶୁ ରହିଥିଲେ ଏବଂ ୬ ଜଣ କ୍ରିୟୁ ମେମ୍ବର ରହିଥିଲେ ।

୫୦ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ଏହି ବିମାନଟି ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ନିଖୋଜ ହୋଇଯାଇଥିବା କୁହାଯାଉଛି । ଅଧିକାରୀମାନେ କହିଛନ୍ତି ବିମାନ ଟ୍ରାଫିକ୍ ନିୟନ୍ତ୍ରକମାନେ ଉଡ଼ାଣ ମଝିରେ ବିମାନ ସହିତ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ । ବିମାନଟି ସାଇବେରିଆ ଅଙ୍ଗାରା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ । ଏଏନ-୨୪ ବିମାନଟି ତା’ର ଗନ୍ତବ୍ୟସ୍ଥଳ ପହଞ୍ଚିବା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ମଧ୍ଯ କୁହାଯାଉଛି ।