ଯିଏ ପଚାରି ପଚାରି ସିନ୍ଦୂର ଲିଭେଇଥିଲେ ସେହି ମହିଳାଙ୍କ ମନର ଘା’କୁ ଲାଘବ କରିଛି ‘ଅପରେସନ ସିନ୍ଦୂର’ : ପ୍ରଭାତୀ ପରିଡ଼ା
ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ସକାଳୁ ଲୋକ ନିଦରୁ ଉଠିବା ପରେ ତାଙ୍କୁ ଆତ୍ମତୃପ୍ତି ମିଳିଥିବ । ଯିଏ ପଚାରି ପଚାରି ସିନ୍ଦୂର ଲିଭେଇ ଥିଲେ ଆଜି ଅପରେସନ ସିନ୍ଦୂର ମହିଳାଙ୍କ ମନରେ ସେ ଘା’କୁ କିଛି ପରିମାଣରେ ଲାଘବ କରିଛି । ଆମର ମିଲିଟାରୀ ପାୱାରକୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ । ଯେଉଁମାନେ ନିହତ ପର୍ଯ୍ୟଟକ ମାନଙ୍କୁ ହତ୍ୟା କରିଥିଲେ ନିଦରେ ଶୋଇଥିବା ପାକିସ୍ତାନ ଉପରେ ଆକ୍ରମଣ ହୋଇପାରିଲା । ଯାହା ପ୍ରମାଣ କଲା ହିନ୍ଦୁସ୍ତାନ ଇଜ୍ ଦ ବେଷ୍ଟ ।
ସୂଚନାଯୋଗ୍ୟ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା କରିଛି ‘ଅପରେସନ ସିନ୍ଦୂର’ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ କରିଛି ମିଜାଇଲ୍ ମାଡ଼ । ପାକ୍ ଅଧିକୃତ କାଶ୍ମୀର (PoK)ର ୯ଟି ଆତଙ୍କୀ ଶିବିର ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ।