Odia News Portal

ଯୁଦ୍ଧ ଛାଡି ଖାଦ୍ୟ ସମସ୍ୟାର ସମାଧାନ କରିବାକୁ ଦେଲା ପରାମର୍ଶ

ପାକିସ୍ତାନର ଦୁର୍ଦ୍ଦଶା ବାବଦରେ ବିଶ୍ୱର କୌଣସି ଦେଶକୁ ଅଛପା ନାହିଁ । ନିଜ ଦେଶକୁ ଚଳାଇବାକୁ ପାକିସ୍ତାନ ଆଇଏମଏଫ ଓ ଅନ୍ୟ ଦେଶମାନଙ୍କ ନିକଟରେ ହାତ ପତାଉଛି । ସବୁଠାରୁ ବଡ଼କଥା ହେଉଛି ଏବେ ନିଜ ଦେଶର ଲୋକଙ୍କ ପେଟ ଭରିବାକୁ ପାକିସ୍ତାନ ସରକାରଙ୍କ ପାଖରେ ଟଙ୍କା ନାହିଁ । ହେଲେ ଭାରତ ଭଳି ଏକ ବିକଶିତ ରାଷ୍ଟ୍ର ସହ ଯୁଦ୍ଧ କରିବାକୁ ଆଗଭର ହେଉଛି ପାକିସ୍ତାନ । 

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସମ୍ଭାବନା ଭିତରେ ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ପାକିସ୍ତାନର ସଦ୍ୟ ସ୍ଥିତିକୁ ଉଜାଗର କରିଛି । ରିପୋର୍ଟ ମୁତାବକ ପାକିସ୍ତାନରେ ବୃଦ୍ଧି ପାଉଥିବା ଗରିବଙ୍କ ସଂଖ୍ୟା ପାଇଁ ନିଜ ସରକାରଙ୍କ ଦ୍ୱାରା ଲଗାଯାଇଥିବା ଜିଏସଟି ହିଁ ପ୍ରମୁଖ କାରଣ ବୋଲି କୁହାଯାଇଛି । 

“ଦ ଇଫେକ୍ଟସ୍ ଅଫ୍ ଟେକ୍ସେସ ଆଣ୍ଡ ଟ୍ରାନ୍ସଫରର୍ସ ଅନ୍ ଇନଇକ୍ୱାଲିଟି ଆଣ୍ଡ ପୋଭଟୀ ଇନ୍ ପାକିସ୍ତାନ’ ଶୀର୍ଷକ ବିଶ୍ୱବ୍ୟାଙ୍କର ରିପୋର୍ଟରେ କୁହାଯାଇଛି କି, ପାକିସ୍ତାନର ଜିଏସଟି ପେମେଣ୍ଟ ପ୍ରି ଟେକ୍ସେସ୍ ଏକ୍ସପେଣ୍ଡିଚେର ଠାରୁ ୭ ଗୁଣା ଅଧିକ । ଏହି କାରଣରୁ ପାକିସ୍ତାନରେ ଗରିବ ଓ ପଛୁଆବର୍ଗର ଲୋକଙ୍କ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । 

ପାକିସ୍ତାନର ଦୈନିକ ଖବର କାଗଜ “ଡନ୍’ ରବିବାର ଦିନ ବିଶ୍ୱ ବ୍ୟାଙ୍କ ରିପୋର୍ଟ ଆଧାରରେ ଯେଉଁ ଖବର ପ୍ରକାଶ ପାଇଛି ସେଥିରେ କୁହାଯାଇଛି କି, ଯେତେବେଳେ ଏକ ଫିସ୍କାଲ ଉପକରଣର ମାର୍ଜିନାଲ ଅବଦାନ କିମ୍ବା ଏହାର ଗରିବୀ ଓ ଅସମାନତା ପ୍ରତି ପ୍ରଭାବ ଅନୁମାନ କରାଯାଏ ଓ ସମସ୍ତ ଫିସ୍କାଲ ଉପକରଣକୁ ଏକାସାଥେ ମିଶ୍ରଣ କରାଯାଏ ତେବେ ଏହା ସ୍ପଷ୍ଟ ହୁଏ ଯେ ଜିଏସଟି ଦେଶର ଗରିବୀ ବୃଦ୍ଧିର ସବୁଠାରୁ ବଡ଼ ଭୂମିକା ନିର୍ବାହ କରୁଛି ।