Odia News Portal

ଯୁବକଙ୍କୁ ଗରମ ପାଣି ଫିଙ୍ଗି ମାରିଦେଲେ

ଜଣେ ବ୍ୟକ୍ତିଙ୍କୁ ଗରମ ପାଣି ଫିଙ୍ଗି କଲବଲ କରି ହତ୍ୟା । ଏନେଇ ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ କଲବଲ କରି ମାରିବା ଅଭିଯୋଗ ହୋଇଛି । ଘର କାମ ପାଇଁ ଜଣେ ଶ୍ରମିକକୁ ଡାକି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ଲୋକେ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତକୁ ଅଟକ ରଖିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।