ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା । ଘର ନିକଟରେ ମୃତଦେହ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ । ହତ୍ୟାର କାରଣ ଅସ୍ପଷ୍ଟ । ପୋଲିସର ତଦନ୍ତ ଜାରି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ମନାପାଲି ଗାଁ ଲଦ୍ରପଡାର ଅଶୋକ କୁଜୁରଙ୍କ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘର ନିକଟରେ ଫିଙ୍ଗି ଦେଇ ଚାଲିଛନ୍ତି ଦୁର୍ବୃତ୍ତ । ରାସ୍ତା କଡରେ ମୃତଦେହ ପଡି ରହିଥିବା ବେଳେ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ପୋଲିସ । ତେବେ ମୃତକ ଅଶୋକ ସୁରଟରେ କାମ କରୁଥିଲେ । କିଛି ଦିନ ହେବ ସେ ଘରକୁ ଆସିଥିଲେ ।