Odia News Portal

ଯୌତୁକ ପାଇଁ ଜୁଇରେ ଜଳିଲା ନବବଧୂକୁ ଜୀବନ

ଆଜିକାଲି ଦୁନିଆରେ ଅନେକ କୁସଂସ୍କାର ଦୂର ହୋଇଯିବା ପରେ ମଧ୍ୟ ଯୌତୁକ ନିର୍ଯ୍ୟାତନା ନାମକ କୁ ସଂସ୍କାର ପାଇଁ କେତେଯେ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି ତାହାର ହିସାବ ନାହିଁ । ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ଜୀବନ । ମଣିଷ ଯେତେ ଆଧୁନିକ ହେଲେ ବି ଅମାନବିକତା ଆଜି ବି ରହିଛି । ଏପରି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ବଉଳସାହି ବାଲିସାହି ଗାଁ। ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ସ୍ବପ୍ନାରାଣୀ ପ୍ରଧାନ।

ସୂଚନା ଅନୁଯାୟୀ ଗତ ମାସକ ତଳେ ସ୍ବପ୍ନାରାଣୀ ସେହି ଗାଁର ଭାଗିଆ ପାତ୍ରଙ୍କୁ ଭଲ ପାଇ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗିରହୁଥିଲା। ଆଜି ସକାଳୁ ସ୍ବପ୍ନାରାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହେବା ସହ ସ୍ବାମୀ ଭାଗିଆଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।