Odia News Portal

ରାଉରକେଲାରେ ନାବାଳିକାଙ୍କୁ ଦୁଷ୍କର୍ମ

ରାଉରକେଲାରେ ପୁଣି ଲଜ୍ଜା  । ନାବାଳିକାକୁ ଦୁଷ୍କର୍ମ କରି ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ । ଗତକାଲି ରାତିରେ ରାଉରକେଲା ପ୍ଲାଣ୍ଟସାଇଟ୍ ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ଜଣେ ୨୫ ବର୍ଷୀୟ ଯୁବକ ଦୁଷ୍କର୍ମ କରିଥିଲା । ଏହା ପରେ ପୋଲିସ ଭୟରେ ତିନି ମହଲା ଛାତରୁ ଡେଇଁ ପଡିଛି ଅଭିଯୁକ୍ତ । ତେବେ ତଳେ ଏକ ଚାରି ଚକିଆ ଗାଡ଼ି ଥିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛି ଅଭିଯୁକ୍ତ ଜଣକ ।

ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ଲାଣ୍ଟସାଇଡ଼ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସୁସ୍ଥ ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୋଲିସ l ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।