Odia News Portal

ରାଖି ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା କିସ୍ତି, ଅଗଷ୍ଟ ୯ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍

ସୁଭଦ୍ରା ପୋର୍ଟାଲ ନେଇ ମଙ୍ଗଳବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସୁଭଦ୍ରା ପୋର୍ଟାଲକୁ ପୁଣି ଖୋଲାଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ସର୍ଭେ କରାଯିବ । ୨୧ ବର୍ଷ ହୋଇଥିବା ଯୁବତୀ ବା ମହିଳା ଆବେଦନ କରିପାରିବେ । ଅଗଷ୍ଟ ୯ତାରିଖ ଦିନ ତୃତୀୟ କିସ୍ତି ମିଳିବା ପରେ ପୋର୍ଟାଲ ଖୋଲିବ ।

ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ । ୧ ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ । ଯୋଗ୍ୟ ହେଲେ ଅଗଷ୍ଟ ୯ ତାରିଖରେ ସୁଭଦ୍ରା କିସ୍ତି ମିଳିବ । ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ । ଜିରୋ ଇନକମ ଟ୍ୟାକ୍ସ ଦେଉଥିବେ, ୨.୫ ଲକ୍ଷରୁ ଉଦ୍ଧ୍ୱ  ରୋଜଗାର ଥିଲେ ସୁଭଦ୍ରା ଟଙ୍କା ମିଳିବନି । କୋଟିଆରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏହା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନରୋଲମେଣ୍ଟ ଚେକ କରିବେ । ଅଗଷ୍ଟ ୯ କିସ୍ତି କୋରାପୁଟ ଜୟପୁର ଯାଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରଦାନ କରିବେ ।