Odia News Portal

ରାଜଧାନୀରେ ଚାଞ୍ଚଲ୍ୟ: ଉଭୟ ମା ଓ ନାବାଳିକା ଝିଅକୁ ଦୁଷ୍କର୍ମ କରି ଯୁବକ ଗିରଫ

ରାଜଧାନୀରେ ଜଣେ ଯୁବକ ଉଭୟ ମା ଓ ନାବାଳିକା ଝିଅକୁ ଦୁଷ୍କର୍ମ କରି ଗିରଫ ହୋଇଥିବା ଚାଞ୍ଚଲ୍ୟ ଖେଳାଇଦେଇଛି। ପୁଲିସ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ସରୋଜ କୁମାର ବେହେରା ଓରଫ ରବି(୨୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୁକ୍ତ ସରୋଜ କୁମାର ବେହେରାଙ୍କ ଘର ଯାଜପୁର ଜିଲ୍ଲା ଟମକା ଥାନା ନିପାଣିଆରେ ବୋଲି ଜଣାଯାଇଛି। ସେ ପୀଡ଼ିତା ମା’ଙ୍କ ଜଣେ ସହକର୍ମୀ ଭାବେ କାର୍ଯ୍ୟ କରନ୍ତି । ସେ ନାବାଳିକାର ଗାଧୋଉଥିବା ବେଳର ଦୃଶ୍ୟକୁ ଭିଡିଓ କରି ବ୍ଲାକମେଲ୍ କରି ପ୍ରଥମେ ମା ଓ ପରେ ଝିଅ ସହ ସମ୍ପର୍କ ରଖିଥିଲେ। ମା କିନ୍ତୁ ଏକଥା ଜାଣି ନଥିଲେ। ମାଆ ଏକଥା ଜାଣିବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ମାଆ ଅଭିଯୁକ୍ତ ସରୋଜ କୁମାର ବେହେରାଙ୍କ ନାମରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ତାପରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।