Odia News Portal

ରାଜଧାନୀରେ ନାବାଳିକାଙ୍କୁ ଅପହରଣ ଅଭିଯୋଗ: ୨ ବଙ୍ଗୀୟ ଯୁବକ ଅଟକ

ରାଜଧାନୀରେ ନାବାଳିକାଙ୍କୁ ନିଶା ଦେଇ ଅପହରଣ ଅଭିଯୋଗ । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ୨ ଜଣ ବଙ୍ଗୀୟ ଯୁବକଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।ତେବେ ରାତି ଅଧରେ କୁଆଡେ ଓ କାହିଁକି ନାବାଳିକାଙ୍କୁ ନେଉଥିଲେ, ତାର କାରଣ ଜଣାପଡିନାହିଁ । ନିଶାଦେଇ ନାବାଳିକାକୁ ଅପହରଣ କରୁଥିବା ବେଳେ ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରିଥିଲେ । ଅଟକ ୨ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନୀପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ । ଡୁମଡୁମା ଅଞ୍ଚଳରେ ହୋଟେଲ ଶ୍ରମିକ ଭାବରେ କାମ କରନ୍ତି ଏହି ୨ ଯୁବକ । ଦୁଷ୍କର୍ମ ଅଭିଯୋଗ ପରେ ଉଦ୍ଧାର ନାବାଳିକାଙ୍କର ଡାକ୍ତରୀମାଇନା କରିବ ପୁଲିସ ।