ବିଜେଡି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାରି ଦାବି କରିଛି ବିଜୁ ମହିଳା ଜନତା ଦଳ । ଏନେଇ ଭୁବନେଶ୍ୱର ରାଜମହଲ ଛକରୁ ମାଷ୍ଟ କ୍ୟାଣ୍ଟିନ ଛକ ଯାଏଁ ପ୍ରତିବାଦ ରାଲି କରିଛି ବିଜେଡି । ରାଲିରେ ବହୁ ମହିଳା ନେତ୍ରୀ ଏବଂ ବରିଷ୍ଠ ନେତା ସାମିଲ ହୋଇ ସନ୍ତୋଷ ଖଟୁଆଙ୍କ ବିରୋଧରେ ଗର୍ଜିଥିଲେ । ସେପଟେ ବିଜେପି କହିଛି ପ୍ରସଙ୍ଗରେ ବିଧାୟକ ସନ୍ତୋଷ ଖଟୁଆ ସ୍ପଷ୍ଟୀକରଣ ରଖିସାରିଛନ୍ତି । ଆମ ସରକାର ସବିବେଳେ ମହିଳାଙ୍କୁ ସବୁବେଳେ ସମ୍ମାନ ଦେଇ ଆସିଛନ୍ତି । ଆଗକୁ ମଧ୍ୟ ଦେବେ । କିନ୍ତୁ ସନ୍ତୋଷ ଖଟୁଆ ନିଜେ ପ୍ରତିକ୍ରିୟା ରଖିସାରିବା ପରେ ତାକୁ ରାଜନୈତିକ ମୁର୍ଦ୍ଦା ବନେଇବା ଠିକ ନୁହେଁ । ବିରୋଧୀ ଦଳ ଭାବେ ବିଜେଡି ନିଜର ଅସ୍ଥିତ୍ୱ ବଞ୍ଚାଇବାକୁ ଆନ୍ଦୋଳନ କରୁଛି କହିଛନ୍ତି ବିଧାୟିକା ସୀମାରାଣି ନାୟକ ।