ଭୁବନେଶ୍ୱର ନନ୍ଦନକାନନ ନିକଟରୁ ଶିଶୁକନ୍ୟା ଉଦ୍ଧାର । ନନ୍ଦନକାନନ ଥାନା ସମ୍ମୁଖ ପୋଲ ତଳୁ ନବଜାତ କନ୍ୟା ସନ୍ତାନ ଠାବ ହୋଇଛି । ଏକ ଅଖା ବସ୍ତାରୁ ଗୁଡା ହୋଇ ପଡିଥିବା ବେଳେ ଉଦ୍ଧାର କରାଯାଇଛି । ଶିଶୁକନ୍ୟାକୁ ଉଦ୍ଧାର କଲେ ସ୍ଥାନୀୟ ରଘୁନାଥପୁର ଗାଁ ଲୋକେ । ଉଦ୍ଧାର ପରେ ଶିଶୁକନ୍ୟାକୁ କ୍ୟାନିଟାଲ ହସ୍ପିଟାଊରେ ଭର୍ତ୍ତି କରାଯାଇଛି । ଜନ୍ମ ପରେ କେହି ଛୁଆଟିକୁ ଅଖାରେ ପୁରାଇ ଫିଙ୍ଗିଥିବା ସନ୍ଦେହ କରାଯାଉଛି ।