Odia News Portal

ରାଜ୍ୟସଭାରେ ବି ପାରିତ ହେଲା ମହିଳା ସଂରକ୍ଷଣ ବିଲ୍

ସଂସଦର ସ୍ୱତନ୍ତ୍ର ଅଧିବେଶନର ଚତୁର୍ଥ ଦିନରେ ଗୁରୁବାର ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଲ୍) ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ପାରିତ ହୋଇଯାଇଛି। ଏହି ବିଲ୍ ବିରୋଧରେ କେହି ଭୋଟ୍ ଦେଇନଥିଲେ । ଗୃହରେ ଉପସ୍ଥିତ ଥିବା ସମସ୍ତ ୨୧୫ ସାଂସଦ ଏହି ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ବର୍ତ୍ତମାନ ଏହି ବିଲ୍ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ | ଗତକାଲି (ବୁଧବାର) ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। ଏହି ବିଲ୍ ଆଇନରେ ପରିଣତ ହେଲେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାମାନେ ପାଇଁ ୩୩% ସଂରକ୍ଷଣ ପାଇବେ।