ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳକୁ ନୂଆ ସରକାରଙ୍କ ଗୁରୁତ୍ୱ । ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ । ଲୋକଙ୍କ ସୁବିଧା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମେଟ୍ରୋ ପାଇଁ ଏକ କମିଟି ଗଠନ କରାଯାଇଛି । ଦେଶରେ ମେଟ୍ରୋ ଚାଲୁଥିବା ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି । ନୂଆ ଡିପିଆର ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ତିଆରି ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।