Odia News Portal

ରାତି ଅଧରେ ବାଲି ମାଫିଆଙ୍କୁ ଛାଟ, ମାଡିବସିଲା ଏନଫୋର୍ସମେଣ୍ଟ ଟିମ୍

ବାଲି ମାଫିଆଙ୍କୁ ଛାଟ । ରାତି ଅଧରେ ବାଲିଘାଟ ଉପରେ ରେଡ୍ । ମାଡିବସିଲା ଏନଫୋର୍ସମେଣ୍ଟ ଟିମ୍ । ଗୋଟିଏ ଜେସିବି ଓ ହାଇୱା ଜବତ । ବୌଦ୍ଧରେ ମାତିଛନ୍ତି ବାଲି ମାଫିଆ । ସେମାନଙ୍କୁ ଚେକ୍ ଦେବା ପାଇଁ ରାତିରେ ବୁଲୁଛନ୍ତି ଏନଫୋର୍ସମେଣ୍ଟ ଟିମ୍ ।

ଗତକାଲି ରାତିରେ ବୌଦ୍ଧ ଜିଲ୍ଲାପାଳଙ୍କ ସମେତ ମାଇନିଙ୍ଗ ଅଫିସର ଓ ପୋଲିସ ମିଳିତ ଭାବେ କଲେଶ୍ୱର ବାଲି ଘାଟରେ ଚଢାଉ କରିଥିଲେ । ଜିଲ୍ଲାପାଳଙ୍କ ଗାଡ଼ିକୁ ଦେଖି ଦୌଡ଼ି ପଳାଇଥିଲେ ବାଲି ମାଫିଆ । ଏହାପରେ ଏନଫୋର୍ସମେଣ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜେସିବି ଓ ହାଇୱା ଜବତ କରିଥିଲେ । ପ୍ରଶାସନ ଚଢ଼ାଉ କରିବା ପରେ ମାଫିଆ ମାନେ ଛତ୍ରଭଙ୍ଗ ଦେଇଛନ୍ତି l