Odia News Portal

ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍, କୌଣସି ସ୍ବାସ୍ଥ୍ୟକେନ୍ଦ୍ରରୁ ଫିଙ୍ଗା ଯାଇଥିବା ସନ୍ଦେହ

ରୋଗୀଙ୍କୁ ଦେଲେନି, ଫିଙ୍ଗିଦେଲେ । ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍ । ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାପାର୍ଶ୍ବରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରାସ୍ତାପାଖ ଅଳିଆ ଗଦାରେ ପଡିଛି ଅବଧି ସରିନଥିବା ଔଷଧ । ଗୋଟିଏ କି ୨ ପ୍ୟାକେଟ ନୁହେଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏସିଡ ମେଡିସିନ ପଡିରହିଛି ।

ନିକଟରେ ଥିବା କୌଣସି ସ୍ବାସ୍ଥ୍ୟକେନ୍ଦ୍ରରୁ ଏହି ମେଡିସିନଗୁଡ଼ିକୁ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ଏସବୁ ଔଷଧର EXPIRY ରହିଛି ୨୦୨୬ ପର୍ଯ୍ୟନ୍ତ । ରୋଗୀମାନଙ୍କୁ ମାଗଣା ଦିଆଯିବାକୁ ଥିବା ଔଷଧ । ତେବେ କିଏ ଆଣି ଏତେ ପରିମାଣରେ ମେଡିସିନ ଫିଙ୍ଗିଛି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।