ରେଳ ଯାତ୍ରୀଙ୍କ ପକେଟକୁ ଝଟକା । ଦୂର ଯାତ୍ରା ପାଇଁ ମହଙ୍ଗା ହେଲା ରେଳ ଭଡ଼ା । ୫୦୦ କିଲୋମିଟିର ପାଇଁ ୧୦ ଟଙ୍କା ବଢ଼ିଲା ଏସି ଟିକେଟ । ଏସି କୋଚ୍ ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ସାଧାରଣ କ୍ଲାସରେ ୨୧୫ କିମିରୁ ଅଧିକ କିଲୋମିଟର ପିଛା ୧ ପଇସା ବୃଦ୍ଧି । ସେହିପରି ମେଲ୍/ଏକ୍ସପ୍ରେସ୍ (ନନ୍-ଏସି)ରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ଭଡ଼ା ବୃଦ୍ଧିରୁ ୬୦୦ରୁ କୋଟି ଅଧିକ ଆୟ କରିବ ରେଳବାଇ । ଏହା ଡିସେମ୍ବର ୨୬ରୁ ଲାଗୁ ହେବ । ତେବେ ସାଧାରଣ ଲୋକ ଓ ସ୍ୱଳ୍ପ ଦୂରତା ଯାତ୍ରୀଙ୍କୁ ଏଥିରୁ ଆଶ୍ୱସ୍ତି ମିଳିଛି। ସାଧାରଣ ବର୍ଗରେ ୨୫୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ଦେବାକୁ ହେବନି ଅଧିକ ଭଡ଼ା ।
କେବଳ ଏସି ଓ ଏକ୍ସପ୍ରେସ୍ ଟ୍ରେନ୍ ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା । କର୍ମଚାରୀଙ୍କ ଦରମା ପ୍ରାୟ ୧.୧୫ ଲକ୍ଷ କୋଟି ଏବଂ ପେନସନ ୬୦,୦୦୦ କୋଟି ବାବଦକୁ ହେଉଥିବା ବିପୁଳ ଖର୍ଚ୍ଚକୁ ଭରଣା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛି ରେଳବାଇ । ୨୦୨୫ ଜୁଲାଇ ମାସରେ ମଧ୍ୟ ଏହିଭଳି ଭାବେ ଭଡ଼ା ସାମାନ୍ୟ ବୃଦ୍ଧି କରାଯାଇଥିଲା ।
