Odia News Portal

ଲଘୁଚାପ ପ୍ରଭାବରେ ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା, ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟର ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗିରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଭିଜୁଛି ପୂରା ଉପକୂଳ ଓଡ଼ିଶା । ଭୁବନେଶ୍ୱର ଓ କଟକରେ ମଧ୍ୟ ବର୍ଷା ଲାଗି ରହିଛି । ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏହା ସହ ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି । ମାଲକାନଗିରି, କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଆସନ୍ତାକାଲି ବର୍ଷାର ପ୍ରକୋପ କିଛି ମାତ୍ରାରେ କମିବା ସମ୍ଭାବନା ରହିଛି । ୬ ତାରିଖରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।