Odia News Portal

ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ

ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ । ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହାଛଡ଼ା ମୋଦୀ ଉକ୍ତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଆଡଭାନୀ ଆମ ସମୟର ସବୁଠୁ ସମ୍ମାନୀୟ ରାଷ୍ଟ୍ରନେତା । ଭାରତର ପ୍ରଗତୀ ପାଇଁ ତାଙ୍କର ଅବଦାନ ସ୍ମରଣୀୟ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ଲାଲକୃଷ୍ଣ ଆଡଭାନୀ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସାମିଲ ହୋଇପାରି ନଥିଲେ ହେଲେ ତାଙ୍କର ଅବଦାନ ବହୁତ ଅଧିକ ଅଛିବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।