ସମାଜ ହେଉ, ବା ରାଜ୍ୟ, ବା ଦେଶର ବିକାଶର କଥା ହେଉ ସବୁ କ୍ଷେତ୍ରରେ ଯୁବ ସମାଜ ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।ଓଡ଼ିଶାର ଉନ୍ନତି ଓ ପ୍ରଗତିରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଯୁବବର୍ଗଙ୍କୁ ସଶକ୍ତ ଓଡ଼ିଶାର ଗଠନରେ ସାମିଲ କରିବା ଲକ୍ଷ୍ୟ ନେଇ ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଶଙ୍ଖ ଭବନ ରେ ଆୟୋଜିତ ଏହି ବୈଠକ ଦଳୀୟ ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହୋଇଥିଲା । ଆଗାମୀ ୨୦୨୪ ନିର୍ବାଚନରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ସେମାନଙ୍କ ଦାୟିତ୍ବ ନେଇ ଅବଗତ କରାଇଥିଲେ ଦଳର ହେଭିଓ୍ବେଟ୍ ନେତା । ବିଜେଡ଼ି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଭିସୀ ମାଧ୍ୟମରେ ଯୁବ ବିଜେଡି କର୍ମୀଙ୍କୁ ପ୍ରଗତିଶୀଳ ଓଡ଼ିଶାରେ ସାମିଲ ହେବାକୁ କାର୍ଯ୍ୟକାରିଣୀରେ ରେ ଆହ୍ବାନ ଦେଇଥିଲେ । ରାଜନୈତିକ ପ୍ରସ୍ତାବରେ ଓଡ଼ିଶା ପ୍ରତି କେନ୍ଦ୍ରର ର ଅବହେଳା ସମ୍ପର୍କରେ ଆଲୋଚନା ହୋଇଥଲା। ରାଜ୍ୟ କୁ ସ୍ପେସିଆଲ୍ ଫୋକସ ଷ୍ଟେଟ ପାଇଁ ଦାବି ହୋଇଆସିଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି ଦୃଷ୍ଟିପାତ କରୁନାହାନ୍ତି । ଏହାସହ ବିଜେଡ଼ି ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଉଥିବା ବେଳେ କଂଗ୍ରେସ୍ ଓ ବିଜେପି ତାହା କରୁନାହାନ୍ତି । ମହାନଦୀ ପୋଲାଭରମରେ ମଧ୍ୟ କେନ୍ଦ୍ରର ଅବହେଳା ପାଇଁ ଓଡ଼ିଶାର ନାର୍ଯ୍ୟ ଦାବୀକୁ ପୂରଣ ରେ କେନ୍ଦ୍ର ଅବହେଳା ପ୍ରଦର୍ଶନ କରୁଥିବା ବୈଠକରେ କୁହାଯାଇଥିଲା ।ସେହିଭଳି ସଙ୍ଗଠନ ପ୍ରସ୍ତାବ ରେ ଅଗଷ୍ଟ ୯ ରୁ ସଂକଳ୍ପ ସମାବେଶ ତୃଣ ମୂଳ ସ୍ତରରୁ ବିଜେଡ଼ି ସାଂଗଠାନିକ ସ୍ଥିତି କୁ ଆହୁରି ମଜବୁତ୍ କରି ୬ ଥର ପାଇଁ ମୁଖ୍ୟ ମନ୍ତ୍ରୀ କରିବା ପାଇଁ ସଂକଳ୍ପ ବୈଠକରେ ସଂକଳ୍ପ ନିଆଯାଇଥିଲା l