Odia News Portal

ଶିରିଡି ସାଇବାବା ଭକ୍ତଙ୍କ ପାଇଁ ଖୁସି ଖବର

ଦୀର୍ଘ ୭ ମାସ ପରେ ଭକ୍ତଙ୍କ ଅପେକ୍ଷା ର ଅନ୍ତ ଘଟିଛି । ଭକ୍ତ ଆଉ ହେବେ ନାହିଁ ନିରାଶ । ବାବାଙ୍କୁ ଦର୍ଶନ ମିଳିବା ସହ ମିଳିବ ପ୍ରସାଦ ।
କରୋନା ଯୋଗୁଁ ଦୀର୍ଘ ୭ମାସର ବ୍ୟବଧାନ ପରେ ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ପେଡା ଲଡୁ(ପ୍ରସାଦ) ବିକ୍ରୟ ଆରମ୍ଭ କରିଛି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ (ଝଝଝଞ) ପୁନଃ ଆରମ୍ଭ କରିଛି । ତଥାପି ବାବାଙ୍କୁ ଦର୍ଶନ କରିବା ପରେ ଭକ୍ତମାନଙ୍କୁ ମିଳୁଥିବା ଲଡୁ(ପ୍ରସାଦ)ର ମାଗଣା ବଣ୍ଟନ ଏପର୍ୟ୍ୟନ୍ତ ଆରମ୍ଭ କରାଯାଇନାହିଁ।
ଚଳିତ ବର୍ଷ ଏପ୍ରିଲରେ ମହାମାରୀର ଦ୍ୱିତୀୟ ଲହର ପରେ ମନ୍ଦିର ବନ୍ଦ ହେବାପରେ ଝଝଝଞ ପରିଚାଳନା ଲଡୁ ବଣ୍ଟନ ଏବଂ ମାଗଣା ବଣ୍ଟନ ବନ୍ଦ କରିଦେଇଥିଲା । ଯାହାକୁ ଏବେ ୭ ମାସ ପରେ ଭକ୍ତ ପାଇପାରିବେ।
ସୂଚନାଯୋଗ୍ୟ, କରୋନା ଯୋଗୁଁ କିଛି ମାସ ବାବାଙ୍କ ଦର୍ଶନ ବନ୍ଦ ରହିବା ସହିତ ପ୍ରସାଦ ମଧ୍ୟ ବନ୍ଦ ରହିଥିଲା। ପରେ ବାବାଙ୍କ ଦର୍ଶନ ମିଳିବାକୁ ଅନୁମତି ମିଳିଥିବା ବେଳେ ପ୍ରସାଦ ବଣ୍ଟନକୁ ଅନୁମତି ମିଳିନଥିଲା। ଫଳରେ ଲକ୍ଷ ଲକ୍ଷ ଭକ୍ତ ବାବାଙ୍କୁ ଦର୍ଶନ କରୁଥିଲେ ସତ କିନ୍ତୁ ପ୍ରସାଦ ନ ମିଳିବାରୁ ନିରାଶ ହୋଇ ଫେରୁଥିଲେ। କିନ୍ତୁ ଯେଉଁ ପ୍ରସାଦ ମାଗଣା ମିଳୁଥିଲା ଏବେ ଏହି ଲଡୁ ପାଇଁ ପଇସା ଦେବାକୁ ପଡିବ ବୋଲି ମନ୍ଦିର ଟ୍ରଷ୍ଟ କହିଛି।