Odia News Portal

ଶିଳ୍ପ କରିନଥିଲେ ଜମି ଫେରାଇଅଣାଯାଉ : ମନ୍ତ୍ରୀ

ଯେଉଁ ଘରୋଇ ସଂସ୍ଥା ଗୁଡିକ ଶିଳ୍ପ ପାଇଁ ଜମି ନେଇ ଶିଳ୍ପ କରିନାହାନ୍ତି ବା ଅଧିକ ଜମି ନେଇ ଅଳ୍ପ କିଛି ସ୍ଥାନ ରେ ଶିଳ୍ପ କରି ଅନ୍ୟ ଜମି ଗୁଡିକ ବେଆଇନ କାର୍ଯ୍ୟରେ ବିନିଯୋଗ କରୁଛନ୍ତି ସେମାନଙ୍କ ଠାରୁ ସରକାର ଜମି ଫେରାଇ ଆଣିବେ ବୋଲି ସରକାର ନିଷ୍ପତି କରିଛନ୍ତି l

ରାଜ୍ବସ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତା ରେ ଆଜି ଶିଳ୍ପ ବିଭାଗ ଓ ରାଜ୍ବସ ବିଭାଗ ର ଅଫିସ ର ମାନଙ୍କ ର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତି ନିଆଯାଇଛି l

ବୈଠକ ଶେଷରେ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ର ସବୁ ଜିଲ୍ଲାପାଳ ମାନଙ୍କୁ ଏହି ମର୍ମ ରେ ନିର୍ଦେଶନାମା ଜାରି କରାଯାଇଛି ଶିଳ୍ପ ବିଭାଗ ରାଜ୍ଵାସ ବିଭାଗ ଓ ଜିଲ୍ଲାପାଳ ଙ୍କ ମିଳିତ ଉଦ୍ୟମ ରେ ଏହି ଭଳି ଜମି ଚି଼ହ୍ନଟ କରାଯାଇ ଫେରସ୍ତ ଆଣିବା କାର୍ଯ୍ୟକୁ ସମ୍ପର୍ଣ୍ଣ କରାଯିବ ଆସନ୍ତା 2 ମାସ ଭିତରେ ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି l

ଏହି ବୈଠକ ରେ ଶିଳ୍ପ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ବସ ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସମେତ ଅନ୍ୟାନ ଅଫିସର ମାନେ ଯୋଗ ଦେଇଥିଲେ l