ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ By Swadhikar News Last updated Oct 23, 2025 କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆଜିଠାରୁ ୬ ମାସ ଯାଏଁ କପାଟ ବନ୍ଦ ରହିଛି । ଆଜି ସକାଳ ୮.୩୦ରୁ ବନ୍ଦ ରହିଛି କପାଟ । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । କପାଟ ବନ୍ଦ ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉପସ୍ଥିତ ରହିଥିଲେ । ସେହିପରି ଯମୁନେତ୍ରୀ ଧାମ କପାଟ ଆଜି ଅପରାହ୍ନ ୧୨.୩୦ ମିନିଟରେ ଶୀତକାଳ ପାଇଁ ବନ୍ଦ ହେବ ।୬ ମାସ ପାଇଁ ବାବା କେଦାରଙ୍କ ପୂଜା ଶୀତକାଳୀନ ସ୍ଥଳ ଓଁକାରେଶ୍ବର ମନ୍ଦିର ଉଖିମଠରେ ହେବ । କପାଟ ବନ୍ଦ ହୋବ ପରେ ଭଗବାନ ଶିବ ଚଲ ଡୋଲି ଶୀତକାଳୀନ ସ୍ଥଳ ଓଁକାରେଶ୍ବର ମନ୍ଦିର ଉଖିମଠକୁ ବାହାରିଛନ୍ତି । ଆଜି ପ୍ରଥମ ଦିନରେ ଡୋଲି ରାମପୁର ରାତିରେ ବିଶ୍ରାମ କରିବେ । ଏହାପରେ ୨୪ ଅକ୍ଟୋବରରେ ଗୁପ୍ତକାଶୀ ପହଞ୍ଚିବେ । ୩ୟ ଦିନରେ ୨୫ ଅକ୍ଟୋବରରେ ଡୋଲି ଓଁକାରେଶ୍ବର ମନ୍ଦିରରେ ପହଞ୍ଚିବ । ଏଠାରେ ବାବାଙ୍କ ପୂଜା ୬ ମାସ ଯାଏଁ ହେବ । ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।ଚଳିତବର୍ଷ କେଦାରନାଥ ଯାତ୍ରା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବାରମ୍ବାର ବାଧାପ୍ରାପ୍ତ ହୋଇଛି । ଲଗାତାର ଖରାପ ପାଣିପାଗ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଚଳିତବର୍ଷ କେଦାରନାଥ ଦର୍ଶନ ପାଇଁ ୧୬.୫୬ ଲକ୍ଷ ଶ୍ରଦ୍ଧାଳୁ ଆସିଥିଲେ । ସେହିପରି ବଦ୍ରିନାଥରେ ୧୪.୫୩ ଲକ୍ଷରୁ ଅଧିକ ରହିଥିଲା । kedarnathswadhikarswadhikar news Share