ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଭିଡିଓ ଭାଇରାଲ ପ୍ରସଙ୍ଗ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିହଂଦ୍ୱାର ଥାନାରେ ଏତଲା ଦିଆଗଲା । ମାମଲା ରୁଜୁ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଭିଡିଓ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଡ଼ ଦେଉଳର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ସାଂଘାତିକ କଥା ହେଉଛି , ଶ୍ରୀମନ୍ଦିରରେ ଡ୍ରୋନ୍ ଜଣେ ଚୁନରା ସେବାୟତ ଉଡାଇଥିବା ଅଭିଯୋଗ ହୋଇଛି ।
ଚୁନରା ସେବକ ନମସ୍କାର କରୁଥିବା ଭାଇରାଲ୍ ଭିଡିଓରେ ଦେଖାଯାଉଛି । ପତାକା ପରିବର୍ତ୍ତନ ସମୟରେ ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଉତ୍ତର ପ୍ରଦେଶର ହିମାଂଶୁ ନାମକ ଜଣେ ଯୁବକଙ୍କ ଆକାଉଣ୍ଟରୁ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ ହୋଇଥିଲା ।
କିନ୍ତୁ ପରେ ପରେ ତାହାକୁ ସେ ନିଜ ଆକାଉଣ୍ଟରୁ ଡିଲିଟ୍ କରିଦେଇଥିବା ଜଣାପଡିଛି । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ପ୍ରସଙ୍ଗକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟାରେ କହିଛନ୍ତି , ଅନେକ ଦୋଷ ତ୍ରୁଟି ନଜରକୁ ଆସୁଛି । ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ବାବଦରେ ପୂର୍ବରୁ କହିଛି, ସେ ପ୍ରକ୍ରିୟା ଆରମ୍ଭ କରିଛୁ କିନ୍ତୁ ଟିକେ ସମୟ ଲାଗୁଛି । ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା ଓ ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ଵ ଦେଉଛନ୍ତି । ବହୁଶୀଘ୍ର ଆମ ଯୋଜନାର ପ୍ରକୃତ ଚିତ୍ର ପ୍ରତିଫଳିତ ହେବ ।