ଧୌର୍ଯ୍ୟ ସମ୍ଭାଳି ପାରିଲେ ନାହିଁ। ଶେଷରେ ଚରମ ନିଷ୍ପତ୍ତି ନେଲେ ମହିଳା। ସମସ୍ତଙ୍କ ଆଗରେ ବିଷ ପିଇଦେଲେ। ଆଜି ଏପରି ଚିତ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରୁ ଆସିଛି। ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବାଉଁଶୁଣୀ ଛକରେ ଜବର ଦଖଲ ଉଚ୍ଛେଦ କରାଯାଉଛି। ନିର୍ଦ୍ଧାରିତ ସମୟରେ ଜେସିବି ମେଶିନ୍ ସହ ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଥିଲେ। ଆଉ ଘର ଭାଙ୍ଗିବା ଆରମ୍ଭ କରିଥିଲେ। ସେହି ଅଞ୍ଚଳରେ ନିଜ ପରିବାର ସହ ରହୁଥିବା ଜାନକୀ ତ୍ରିପାଠୀ ପ୍ରତିବାଦ କରିଥିଲେ। ଘର ନଭାଙ୍ଗିବା ପାଇଁ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ମାତ୍ର ସେମାନେ ଶୁଣିନଥିଲେ।
