Odia News Portal

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ, ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡ଼ା ଚେକିଂ । ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯାଉଛି ।  ସମୁଦ୍ର ମଧ୍ୟକୁ ଯାଉଥିବା ବିଭିନ୍ନ ବୋଟ୍ ଉପରେ ପୋଲିସର ନଜର ରହିଛି ।  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଅବାଧରେ ବସବାସ କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶ କାରୀ । ହେଲେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି ।  ସେମାନଙ୍କୁ ଚିହ୍ନଟ କରିବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଚାନ୍ଦବାଲି ବ୍ଲକରେ ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ,ଧାମରା, ଚଡଦିଆ ଆଦି ସ୍ଥାନରେ ସେମାନଙ୍କ ସଂଖ୍ୟା ବଢିଚାଲିଛି ।  ସମୁଦ୍ର ପଥ ଦେଇ ଜଳପଥରେ ଅତି ସହଜରେ ଧାମରା ଉପକୂଳରେ ଅନୁପ୍ରବଶକାରୀ ମାନେ ଧାମରାର ବିଭିନ୍ନ ଅଂଚଳକୁ ଅବାଧରେ ପ୍ରବେଶ କରିପାରୁଛନ୍ତି ।  ତେବେ ଅତିରିକ୍ତ ଏସପି କହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ପରିଚୟ ପତ୍ର ଯାଞ୍ଚ କରାଯାଉଛି ।