Odia News Portal

ସର୍ଚ୍ଚ ଅପରେସନର ଆଗ ଧାଡିରେ ଓଡ଼ିଆ ପୁଅ

ପ୍ରତିଶୋଧ  ନେଲା ଭାରତ ।  ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ  ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଯେଉଁଥିରେ ୩୦୦ ଜଣ ଆତଙ୍କବାଦୀ  ନିପାତ ହୋଛଇନ୍ତି । ସେନାର ପ୍ରହାରରେ ଥରିଉଠିଛି  ପାକିସ୍ତାନ । 

ଭାରତୀୟ ସେନାର ଜୟ ଜୟକାର କରିଛନ୍ତି  ଭାରତବାସୀ ।  ତେବେ ସବୁଠୁ  ବଡ଼ କଥା ହେଉଛି  ଅପରେସନ ସିନ୍ଦୂରରେ ସାମିଲ ଅଛନ୍ତି  ଓଡ଼ିଆ ପୁଅ ସଚ୍ଚିକାନ୍ତ ବେଦୀ । ସିନ୍ଦୁର ଅପରେସନରେ  ଆଗ ଧାଡିରେ ରହିଛନ୍ତି ସଚ୍ଚିକାନ୍ତ । ସର୍ଚ୍ଚ ଅପରେସନରେ ବି ସଚ୍ଚିକାନ୍ତ ଦେଖାଇଛନ୍ତି । ରାଜନଗରର ପୁଅ ହେଉଛନ୍ତି ସଚ୍ଚିକାନ୍ତ । ଯାହାଙ୍କ ପାଇଁ ଆଜି ପୂରା ଗାଁ ଡାଙ୍ଗମାଳ ଗର୍ବିତ । ପୁଅ ବର୍ଡରରେ  ଶତ୍ରୁକୁ ନିପାତ କରୁଛି, ନିରିହ ପର୍ଯ୍ୟଟଙ୍କ  ପ୍ରତି ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଉଛି ବୋଲି ସଚ୍ଚିକାନ୍ତଙ୍କ   ବାପା ଗର୍ବିତ । ସଚ୍ଚିକାନ୍ତଙ୍କ ବାପା ଏନେଇ କହିଛନ୍ତି  ମୋ ପୁଅ ଦେଶ ପାଇଁ ଲଢୁଛି..  ଶତ୍ରୁକୁ ସଙ୍ଘାର କରୁଛି.. ସର୍ଚ୍ଚ ଅପରେସନ ପୂର୍ବରୁ  ପୁଅ ସହିତ କାଲି ରାତିରେ କଥା ହୋଇଥିଲି । ସର୍ଚ୍ଚ ଅପରେସନରେ ଅଛି ବାପା ବର୍ତ୍ତମାନ ଟାଇମ୍‌ ନାହିଁ କଥା ହେବା ପାଇଁ।  

ସଚ୍ଚିକାନ୍ତ ବେଦୀଙ୍କ ପାଇଁ ଆଜି ପୂରା ଗାଁର ଗର୍ବିତ । ଏ ନେଇ ଗ୍ରାମବାସୀ କହିଛନ୍ତି ଜାତୀୟ ଗଣମାଧ୍ୟମରେ ଯେତେବେଳେ ଶୁଣିବାକୁ ପାଇଲୁ ସଚ୍ଚିକାନ୍ତ ଅପରେସନ ସିନ୍ଦୁରରେ ଆଗ  ଧାଡିରେ ସାମିଲ ଅଛନ୍ତି ସେତେବେଳେ ଆମ ସମସ୍ତଙ୍କ ଛାତି କୁଣ୍ଢେ ମୋଟ ହୋଇଗଲା । ଡାଙ୍ଗମାଳ ଗାଁରେ ଭାରତୀୟ ସେନାଙ୍କର ଜୟ ଜୟକାରରେ କମ୍ପି ଉଠିଛି ।  ସମସ୍ତଙ୍କ ମୁହଁରେ  ଭାରତୀୟ ସେନାଙ୍କର ପ୍ରଂଶସା ।   

ପହଲଗାମ୍‌ରେ  ଆତଙ୍କବାଦୀ ରଚିଥିବା ନରସଂହାରରେ ୨୮ ହିନ୍ଦୁ ପର୍ଯ୍ୟଟକଙ୍କ ପ୍ରାଣ ଯାଇଥିଲା ।  ଏହାପରଠୁ ସାରା ଭାରତ ବର୍ଷରେ ପାକିସ୍ତାନ ପ୍ରତି ଆକ୍ରୋଶ ମୂଳକ ଭାବନା  ସୃଷ୍ଟି  ହୋଇଥିଲା ।  ପାକିସ୍ତାନକୁ ସାବାଡ କରିବାକୁ ଉଠିଥିଲା ନାରା ।  ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଜାଗ୍ରତ ହୋଇଥିଲେ  ଦେଶବାସୀ । ଭାରତ ସରକାରଙ୍କ ହଜିଥିଲା ନିଦ । କିପରି ନେବେ ପ୍ରତିଶୋଧ ସେନେଇ ବସିଥିଲା ଘନ ଘନ ବୈଠକ । ମୋଦୀ ସରକାର ପାକ୍‌ ଉପରେ କି ପ୍ରକାର  କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଉପରେ ଦେଶବାସୀଙ୍କ ଥିଲା ନଜର । କାଲି ମଧ୍ୟରାତ୍ରରେ  ପାକିସ୍ତାନ ଉପରେ ଅପରେସନ ସିନ୍ଦୂର  ଏଆର ଷ୍ଟ୍ରାଇକ୍‌ କରି ମୋଦୀ ପୁଣି ଥରେ ପ୍ରମାଣିତ କରିଦେଇଛନ୍ତି ଭାରତ ସହିତ ଲାଗିଲେ  ପରିସ୍ଥିତି  ଏପରି ହିଁ ସାଙ୍ଘାତିକ୍‌ ହେବ ।