Odia News Portal

ସହଦେବ ନାୟକ ହତ୍ୟାକାଣ୍ଡ ମାମଲା, ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

ପୋଲିସ ମିତ୍ର ସହଦେବ ନାୟକଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କରାଯାଇଥିବା ବେଳେ ଶୁକ୍ରବାର ଅଭିଯୁକ୍ତଙ୍କ ଘରକୁ ମାଟିରେ ମିଶାଇଛି ବିଏମସି। ଶୁକ୍ରବାର ବିଏମସି ପକ୍ଷରୁ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ପାଇଁ ଜେସିବି ସହିତ ପହଞ୍ଚି ଘରକୁ ମାଟିରେ ମିଶାଇଥିଲା। ହତ୍ୟାକାଣ୍ଡର ଅଭିଯୁକ୍ତ ରାଜା ନାଏକ ଫେରାର ଥିବା କାରଣରୁ ପୋଲିସ ତାକୁ ପଳାତକ ଘୋଷଣା କରିଥିଲା

ବିଏମସି ସ୍କ୍ବାଡ ଘର ଭାଙ୍ଗିବା ପାଇଁ ପହଞ୍ଚିଥିବା ବେଳେ ରାଜାର ପରିବାର ଲୋକ ଘରୁ ବାହାରି ନ ଥିଲେ। ପରେ ପୋଲିସ ସହାୟତାରେ ସେମାନଙ୍କୁ ବାହାର କରାଯିବା ପରେ ଘରକୁ ମାଟିରେ ମିଶା ଯାଇଥିଲା।

୨୦୨୫, ୮ ଜାନୁୟାରୀ, ମଙ୍ଗଳବାର। ସ୍ଥାନ ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍। ଦିନ ବେଳେ ଲୋକଙ୍କ ଆଖି ସାମ୍ନାରେ ବୀଭତ୍ସ ଭାବେ ସହଦେବ ନାଏକଙ୍କୁ କରାଯାଇଥିଲା ହତ୍ୟା। ହତ୍ୟାକାଣ୍ଡର ରୂପରେଖ ସଂପର୍କରେ ପୋଲିସ ଆଗରେ ସବୁ ବଖାଣିଥିଲା ଅନ୍ୟତମ ଡ୍ରଗ୍ସ କୁଇନ୍ ଲିପିକା ନାଏକ। ନିଜକୁ ପୁରୁଷ ବେଶରେ ସଜାଇଥିଲା, ଆଉ ସହଯୋଗୀଙ୍କ ସହ ମିଶି ସହଦେବଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ ହାତ ହତିଆର୍ ଧରି ବାଇକରେ ଖସି ପଳାଇଥିଲା।

ରମା ଓ ଲିପିକା ଧରା ପଡିଥିବା ବେଳେ ରାଜା ନାଏକ କିନ୍ତୁ ଫେରାର ରହିଛି। ପଳାତକ ଘୋଷଣା କରିବା ପରେ ବିଏମସି ସହାୟତାରେ ଘର ଉପରେ ବୁଲଡୋଜର ଚଲାଯାଇଛି।